ସିଗାରେଟ୍‌, ତମାଖୁ ଓ କୋଲ୍ଡ ଡ୍ରିଙ୍କସ ଉପରେ ୩୫% ଜିଏସଟି

ସିଗାରେଟ, ତମାଖୁ ଓ କୋଲ୍ଡ ଡ୍ରିଙ୍କସ ପିଉଥିବା ଲୋକଙ୍କୁ ଝଟକା । ଏହି ଜିନିଷ ଗୁଡିକରେ ୩୫% ଜିଏସଟି ଲଗାଇବାକୁ ସୁପାରିଶ୍। ଲୋକଙ୍କ ପକେଟ ହୋଇଯିବ ଖାଲି । ଜିଏସଟି କାଉନସିଲ ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ମଧ୍ୟରେ ବସିଥିବା ବୈଠକରେ ତମାଖୁ ସାମଗ୍ରୀ ଉପରେ ୨୮% ରୁ ବଢି ୩୫% କରିବାକୁ ସୁପାରିଶ ହୋଇଛି। ଏନେଇ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯିବ । ବୈଠକରେ ମୋଟ ୧୪୮ ଟି ଆଇଟମ ଉପରେ ଜିଏସଟି ଟିକସ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ରେଡିମେଡ ଡ୍ରେସ ଉପରେ ମଧ୍ୟ ଜିଏସଟି ବଢିବ । ୧୫୦୦ ଟଙ୍କା ଡ୍ରେସ ଉପରେ ୫ ପ୍ରତିଶତ, ୧୫୦୦ରୁ ୧୦,୦୦୦ ଟଙ୍କାର ଡ୍ରେସ ଉପରେ ୧୮ ପ୍ରତିଶତ ଓ ୧୦,୦୦୦ରୁ ଅଧିକ ହେଲେ ୨୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଏହି ସଂଶୋଧନ ରାଜସ୍ବ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *