ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

Spread the love

ଜମୁକଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର। ଜଣେ ଆତଙ୍କବାଦୀ ନିହତ ଓ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଦୁଇ ଜଣ ଆତଙ୍କବାଦୀ ହଠାତ୍ ଆସି ଗାଁରେ ଗୁଳିଚାଳନା କରିଥିଲେ। ଏନେଇ ସୁରକ୍ଷାକର୍ମୀ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ।

Leave a Reply

Your email address will not be published. Required fields are marked *