ସରକାର ନୂତନ ଆଧାର ଆପ୍ ଲଞ୍ଚ କରିଛନ୍ତି ।ଏହା ସହିତ ବ୍ୟବହାରକାରୀଙ୍କୁ ସେମାନଙ୍କର ଆଧାର ସମ୍ପର୍କିତ ସୂଚନା ଯାଞ୍ଚ କରିବା ପାଇଁ କୌଣସି ଭିଜିକାଲ କାର୍ଡ କିମ୍ବା ଫଟୋ କପିର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଜାରି କରିଛନ୍ତି ।X ରେ ପ୍ରକାଶିତ ଭିଡିଓ ଦର୍ଶାଉଛି ଯେ, ଏହି ଆପ୍ ମାଧ୍ୟମରେ ଫେସ୍ ଆଇଡି ପ୍ରମାଣୀକରଣ ସମ୍ଭବ ହେବ ଏବଂ ବ୍ୟବହାରକାରୀଙ୍କ ସମ୍ମତିରେ ତଥ୍ୟ ସୁରକ୍ଷିତ ଭାବରେ ସେୟାର କରାଯିବ । ବର୍ତ୍ତମାନ ଏହି ଆପ୍ ବିଟା ଟେଷ୍ଟିଂ ପର୍ଯ୍ୟାୟରେ ଅଛି । ଯାହା ଆଧାର ଯାଞ୍ଚକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛି । ଏହା ବ୍ୟବହାରକାରୀଙ୍କ ଗୋପନୀୟତା ବୃଦ୍ଧି କରିବ ଏବଂ ଆଧାରର ଅପବ୍ୟବହାରକୁ ମଧ୍ୟ ରୋକିବା ନେଇ ମଧ୍ୟ କୁହାଯାଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now