ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ପୋଲିସ କମିଶନର ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଛନ୍ତି। ଏସପିଜି ଅଧିକାରୀ ମଧ୍ୟ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ସେ ନେଇ ଡିଜିପି ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ ଏସପିଜି ଟିମ୍ । ସୁରକ୍ଷା ପାଇ ୫୦ ପ୍ଳାଟୁନ ପୋଲିସ ଫୋର୍ସ, ଦେଢ଼ ଶହରୁ ଅଧିକ ଅଫିସର ନିଯୁକ୍ତ ହେବେ । ଆଜି କାରକେଡ୍ ରିହରସାଲ କରାଯିବ ।  ଆଲୋକୀକରଣ ଠାରୁ ଆରମ୍ଭ କରି ସୁରକ୍ଷା କଡ଼ାକଡ଼ି କରାଯାଇଛି ।  ସଭାସ୍ଥଳ ଠାରୁ ବିମାନ ବନ୍ଦର ପର୍ଯ୍ୟନ୍ତ ବାରିକେଡ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଲାଗିଲାଣି ବିଶାଳ ହୋର୍ଡିଂ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *