ଦେଶବ୍ୟାପୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ। ଆସନ୍ତାକାଲି ସକାଳ ୬ଟା ଯାଏଁ ଅର୍ଥାତ୍ ୨୪ ଘଣ୍ଟା ଧରି ଚାଲିବ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ। ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଧର୍ମଘଟ ଡାକରା ଦିଆଯାଇଛି। ଏଥିସହିତ ଓପିଡି ଓ ଡାକ୍ତରଖାନାରେ ନିୟମିତ ଅସ୍ତ୍ରୋପଚାର ବନ୍ଦ କରିବାକୁ ଦାବି କରାଯାଇଛି। ଏମରଜେନ୍ସି ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରୋପଚାର ହୋଇପାରିବ ନାହିଁ। ସୂଚନା ଅନୁସାରେ, ଗତ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ କାର୍ଯ୍ୟରତ ଜଣେ ପୋଷ୍ଟ ଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରିଦିଆଯାଇଥିଲା। ଘଟଣା ପରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏପଟେ ଓଡ଼ିଶାରେ ମଧ୍ୟ ୬ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *