ନ୍ୟାୟ ପାଇଁ ନିଜକୁ ଚାବୁକ୍ ମାଡ଼

ଅନ୍ନା ବିଶ୍ୱବିଦ୍ୟାଳୟର ୧୯ ବର୍ଷୀୟ ଝିଅକୁ ଯୌନ ଉତ୍ପୀଡ଼ନ ବିରୁଦ୍ଧରେ ନିଜକୁ ଚାବୁକ ମାରିଲେ ଆନ୍ନାମଲାଇ। କୋଏମ୍ୱାଟୋରରେନିଜ ବାସଭବନ ଆଗରେ ନିଜକୁ ଏମିତି ଢଙ୍ଗରେତାମିଲନାଡ଼ୁ ବିଜେପି ସଭାପତି ଅନ୍ନାମଲାଇ ସଜ୍ଜା ଦେଇ ଡିଏମକେ ସରକାର ବିରୁଦ୍ଧରେ ପ୍ରତିବାଦ କରିଛନ୍ତି। ଏଭଳି ଘଟଣାରେ ୪୮ ଦିନ ଉପବାସ ରହିବେ। ଆଉ ଚପଲ ପିନ୍ଧିବେନି। ତାମିଲନାଡ଼ୁରୁ ଡିଏମକେ ସରକାର କ୍ଷମତାରୁ ନ ହଟିବା ଯାଏ ସେ ଜୋତା ପିନ୍ଧିବେନି ବୋଲି ସଂକଳ୍ପ ନେଇଛନ୍ତି। ଅନ୍ନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଘଟଣାରେ ସରକାରଙ୍କ ବିରୁଦ୍ଧରେ ଅନ୍ନାମଲାଇଙ୍କ ସମେତ ବିଜେପି ଓ ଏଆଇଡିଏମକେ ନେତା ବି ପ୍ରଦର୍ଶନ କରିଛନ୍ତି।

ଆନ୍ନା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ ସୋମବାର ବିଳମ୍ୱିତ ରାତିରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଢାବା ସଞ୍ଚାଳକ ଦୁଷ୍କର୍ମ କରିଥିଲେ। ଅନ୍ନାମଲାଇ ଆରୋପ ଲଦିଛନ୍ତି ଯେ, ୟୁନିଭରସିଟି କ୍ୟାମ୍ପସରେ ଜଣେ ଛାତ୍ର ଓ ଛାତ୍ରୀ ଥିଲେ। ସେତିକିବେଳେ କ୍ୟାମ୍ପସକୁ ଦୁଇ ଅଜ୍ଞାତ ଲୋକ ପଶି ଛାତ୍ରଙ୍କୁ ମାଡ଼ପିଟ୍ କରିବା ସହ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ବିରୁଦ୍ଧରେ ବଢ଼ୁଥିବା ଅପରାଧ ଲାଗି ଡିଏମକେ ସରକାର ଦାୟୀ ବୋଲି କହିଛନ୍ତି ଅନ୍ନାମଲାଇ। ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାଙ୍ଗଙ୍କ ସହ ଚର୍ଚ୍ଚରୁ କ୍ୟାମ୍ପସ ଫେରୁଥିଲା ବେଳେ ରାସ୍ତାରେ ବିରିଆନି ବିକୁଥିବା ଲୋକ ଦୁଷ୍କର୍ମ କରିଛି। ଏହାକୁ ନେଇ ଛାତ୍ରୀ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। କ୍ଷମତାସୀନ ଡିଏମକେ ଦଳର ସହଯୋଗୀ ବି କଡ଼ା ନିନ୍ଦା କରିଛନ୍ତି ଘଟଣାକୁ। ପୁଲିସ ଏହି ମାମଲାରେ ୩୭ ବର୍ଷୀୟ ଅଭିଯୁକ୍ତ ଜ୍ଞାନଶେଖରନକୁ ଗିରଫ କରିଛି। ସରକାର କହିଛନ୍ତି, ଦୁଷ୍କର୍ମକାରୀଙ୍କୁ ନିସ୍ତାର ନାହିଁ। କଡ଼ାରୁ କଡ଼ା ଦଣ୍ଡବିଧାନ କରାଯିବ। ଅଭିଯୁକ୍ତ ସହ ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଲିଙ୍କ୍‌ ଅଛି ବୋଲି ଆରୋପ ଲଦୁଛନ୍ତି ବିରୋଧୀ। ଉଦୟଙ୍କ ସହ ଅଭିଯୁକ୍ତର ଫଟୋକୁ ସେୟାର କରିଛି ବିଜେପି। ଅଭିଯୁକ୍ତ ଡିଏମକେ ଦଳର। ସେପଟେ ଡିଏମକେ ଏହାର କାଉଣ୍ଟର କରିଛି। ଅଭିଯୁକ୍ତ ଡିଏମକେର ମେମ୍ୱର ନୁହଁନ୍ତି।

ଦୁଷ୍କର୍ମ ମାମଲାକୁ ନେଇ ତାମିଲନାଡ଼ୁ ରାଜନୀତି ଉଠୁଛି ପଡ଼ୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *