ଆୟୁଷ୍ମାନ ସହ ଆଭା- ହେଲଥ କାର୍ଡ ପଲିଟିକ୍ସ

ପରିବାରର ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ସୁବିଧା ମିଳିବ। ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ଆୟୁଷ୍ମାନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଥିଲା ବେଳେ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭାକୁ ନେଇ କରିଛନ୍ତି ବଡ଼ ଘୋଷଣା। ନାସନାଲ ଡିଜିଟାଲ ହେଲଥ ମିଶନ ଭିତରେ ରହିବ ଏହି କାର୍ଡ। ଆଉ ପ୍ରେସକ୍ରିପସନ ଧରି ରୋଗୀ ବୁଲିବେନି। ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା। ଆଭା ଆକାଉଣ୍ଟ ସମସ୍ତେ ରେଜିଷ୍ଟ୍ରେସନ କରିପାରିବେ। କ୍ୟୁ ଆର କୋଡ ସ୍କାନ କଲେ ପୂର୍ବ ରୋଗ ସମ୍ୱନ୍ଧୀୟ ସବୁ ଡାଟା ରହିବ। ଆୟୁଷ୍ମାନ ଭାରତ ସହ ମିଳିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ  ବା ଆଭା କାର୍ଡ। ଫେବୃଆରୀ ପୂର୍ବରୁ ଏହାକୁ ବାଣ୍ଟିବାକୁ ଯୋଜନା କରିଛନ୍ତି ସରକାର।

ସେପଟେ ବିଜେଡିର କହିବା କଥା, ଆଭା ଓ ଆୟୁଷ୍ମାନ ଲାଗୁ ପଛରେ ରହିଛି ଅଭିସନ୍ଧି। ପୂର୍ବ ସରକାରର କୌଣସି ଚିହ୍ନ ନ ରହୁ ବୋଲି ଏଭଳି ଚକ୍ରାନ୍ତ ଚାଲିଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ନାଁ ବଦଳାଇଦେଲେ। ଆଭା କାର୍ଡ ସ୍ୱାଗତଯୋଗ୍ୟ। କିନ୍ତୁ ଏହାକୁ ଆୟୁଷ୍ମାନ ସହ ଲିଂକ କରିବା ପଛର ରହସ୍ୟ ଜଳଜଳ କରି ଦିଶୁଛି। କଂଗ୍ରେସ କହିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଅନେକ ଲୋକଙ୍କୁ ସହାୟତା ଦେଇଛି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଆଭା କାର୍ଡ ଦେବାକୁ ବି ସେମିତି ସମୟ ଗଡ଼ାଇନେବେ ସରକାର। ଦୁର୍ଗମ ଅଞ୍ଚଳରେ ନା ଲୋକଙ୍କ ପାଖରେ ଫୋନ୍ ଅଛି ନା ନେଟଓ୍ୱର୍କ ଅଛି। ଦୁର୍ଗମବାସୀ ଆଭା ଡିଜିଟାଲ କାର୍ଡ କିଭଳି ପାଇବେ, ତାହା ଏକ ବଡ଼ ପ୍ରଶ୍ନ। କେବଳ ବିଜୁ ସ୍ୱାସ୍ଥ୍ୟକାର୍ଡ ବନ୍ଦ କରିବାକୁ ଏ ସବୁ ଫନ୍ଦି।

ସ୍ୱାସ୍ଥ୍ୟ କାର୍ଡକୁ ନେଇ ଅନେକ ରାଜନୀତି ହେଲାଣି। ଗଲା ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିନଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଆୟୁଷ୍ମାନରୁ ସବୁ ଗୁଣରେ ଭଲ ବୋଲି କହିଥିଲେ। ସରକାର ବଦଳିବା ପରେ ଏବେ ସ୍ୱାସ୍ଥ୍ୟକାର୍ଡ ବି ବଦଳିବାକୁ ଯାଉଛି। କାରଣ ଓଡ଼ିଶାରେ ଏବେ ଡବଲ ଇଞ୍ଜିନ୍ ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *