ଦେଶକୁ ମିଳିବାକୁ ଯାଉଛି ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ । ସେପ୍ଟେମ୍ବର ୧୫ରେ ଦେଶର ବିଭିନ୍ନ ରାଜ୍ୟକୁ ୧୦ ବନ୍ଦେ ଭାରତ ଟ୍ରେନ୍ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ଗୁଡ଼ିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ପିଏମ୍ ମୋଦି ଝାଡ଼ଖଣ୍ଡର ଜାମ୍ସେଦପୁରରୁ ଏହି ଟ୍ରେନ୍ଗୁଡ଼ିକୁ ଶୁଭାରମ୍ଭ କରିବେ । ପ୍ରଥମଥର ପାଇଁ ଏକସାଥୀରେ ୧୦ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରାଯିବ । ଏହା ପୂର୍ବରୁ ମୋଦି ମୁମ୍ବାଇ-ଗୋଆ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ । ବର୍ତ୍ତମାନ ଏହି ୧୦ ବନ୍ଦେ ଭାରତ ଦେଶର ବିଭିନ୍ନ ରେଳ ଷ୍ଟେସନରୁ ଗଡ଼ିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now