ଚେନ୍ନାଇ ଏୟାର ସୋରେ ବଡ଼ ଅଘଟଣ : ୪ ମୃତ, ୧୦୦ରୁ ଅଧିକ ଆହତ

ଚେନ୍ନାଇ ଏୟାର ସୋରେ ବଡ଼ ଅଘଟଣ। ଗତକାଲି ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ ଅବସରରେ ଆୟୋଜିତ ଏୟାର ସୋ କାର୍ଯ୍ୟକ୍ରମରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି ୫ ଜଣ ଦର୍ଶକ । ୧୦୦ରୁ ଅଧିକ ଦର୍ଶକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାରିନା ବିଚରେ ଭାରତୀୟ ବାୟୁସେନାର ଚମତ୍କାର ପ୍ରଦର୍ଶନ ଦେଖିବା ପାଇଁ ୧୬ ଲକ୍ଷ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ । ତେବେ ଅଧିକ ଗରମ ଓ ଭିଡ଼ ଯୋଗୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଟ୍ରାଫିକ ସମସ୍ୟା କାରଣରୁ ଲକ୍ଷାଧିକ ଲୋକ ବିଭିନ୍ନ ସ୍ଥାନରେ ଫସିଯାଇଥିଲେ । ଆହତମାନଙ୍କୁ ଚେନ୍ନାଇର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚେନ୍ନାଇର ଅଧିକାଂଶ ସ୍ଥାନରେ ଏହି ସମସ୍ୟା  ଦେଖାଦେଇଥିଲା ।  ଦିନ ୧୧ଟାରୁ ଏୟାର ସୋ ସ୍ଥାନରେ ପ୍ରାୟ ୧୬ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଏପରିକି ଅନେକ ବୟସ୍କ ଲୋକ ବି ଏହି ସୁଯୋଗକୁ ହାତଛଡ଼ା ନ କରିବା ଲାଗି ସେଠାରେ ସମବେତ ହୋଇଥିଲେ । ସ୍ଥାନୀୟ ଇଲାକାରେ ପାନୀୟ ଜଳର ଘୋର ଅଭାବ ଯୋଗୁ ଅନେକ ଲୋକଙ୍କ ଅବସ୍ଥା ସଂଗୀନ ହୋଇପଡିଥିଲା । ଅନେକ ଲୋକ ସ୍ଥିତି ସହି ନପାରି ରୋଡ ଉପରେ ହିଁ ବସିଯାଇଥିଲେ । ଏହି ସୋରେ ୭୨ଟି ବିମାନ ସାମିଲ ହୋଇଥିଲେ । ଭେଲାଚେରୀ ଏମଆରଟିଏସ ରେଳଷ୍ଟେସନରେ ବି ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *