ବିହାରର ଆରାରିଆ ଜିଲ୍ଲା ଅନ୍ତର୍ଗତ ରାଣୀଗଞ୍ଜ ଗ୍ରାମରେ ଅଜଣା ଜ୍ବର ରେ ବିଗତ ତିନି ଦିନ ମଧ୍ୟରେ ୩ ଜଣ ଶିଶୁ ପ୍ରାଣ ହରାଇଥିବା ଜଣାପଡିଚି । ମୃତକଙ୍କ ବୟସ ୨ ମାସରୁ ୭ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ଏମାନଙ୍କ ବ୍ୟତୀତ ଜ୍ବରରେ ପୀଡିତ ଅନ୍ୟ ଶିଶୁହ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।
ବିହାର ଲୋକେ ଏହାକୁ ମସ୍ତିସ୍କ ରୋଗ ବା ସ୍ଥାନୀୟ ଭାଷାରେ ଚମକି ବୁଖାର (ଚମକିବା ଯୋଗୁଁ ଜ୍ବର ) କହୁଥିବା ବେଳେଜିଲ୍ଲା ପ୍ରସାସନ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି । ଏବଂ ବିଶେଷଜ୍ଞଙ୍କ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ କରିବାକୁ ରାଣୀଗଞ୍ଜ ଗ୍ରାମକୁ ଡାକ୍ତରୀ ଟିମ ପଠାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now