ଆଜି ବିଶ୍ୱ ହିନ୍ଦୀ ଦିବସ । ବିଶ୍ବରେ ହିନ୍ଦୀ ଭାଷାର ମହତ୍ତ୍ବ ବଢାଇବାକୁ ଜାନୁଆରୀ ୧୦ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ଡିସେମ୍ବର ୧୪କୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ ହୁଏ । ପ୍ରତିବର୍ଷ ଜାନୁଆରୀ ୧୦ ତାରିଖକୁ ବିଶ୍ବ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ହିନ୍ଦୀ ଭାଷାଭାଷୀ ଲୋକଙ୍କ ପାଇଁ ଏହା ଏକ ବିଶେଷ ଦିନ । ହିନ୍ଦୀ ଭାଷାଟି ସାଧାରଣରେ ସରଳ ଓ ସମୃଦ୍ଧ ଭାଷା । ବିଶ୍ବରେ ସବୁଠାରୁ ଅଧିକ କୁହାଯାଉଥିବା ୫ ଭାଷା ମଧ୍ୟରେ ହିନ୍ଦୀ ରହିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଥମ ବିଶ୍ବ ହିନ୍ଦୀ ସମ୍ମିଳନୀ ୧୯୭୫ ମସିହା ଜାନୁଆରୀ ୧୦ ତାରିଖରେ ନାଗପୁରରେ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ୩୦ଟି ଦେଶର ୧୨୨ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ୨୦୦୬ ମସିହାରୁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ ୧୦ ତାରିଖକୁ ବିଶ୍ବ ହିନ୍ଦୀ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆନ୍ତର୍ଜାତୀୟ ସ୍ତରରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ବ ହିନ୍ଦୀ ଦିବସ ପାଳନର ଘୋଷଣା କରିଥିଲେ । ବିଶ୍ବରେ ସବଠୁ ଅଧିକ ବ୍ୟବହୃତ ଭାଷା ମଧ୍ୟରେ ହିନ୍ଦୀ ଅନ୍ୟତମ । ଏହା ଭାରତର କୋଟି କୋଟି ଲୋକଙ୍କର ମାତୃଭାଷା । ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦୀ ଭାଷାର ପ୍ରଚାର ପ୍ରସାର କରିବା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now