କଙ୍ଗନାଙ୍କ ପାଟି ବନ୍ଦ କଲା ବିଜେପି

ଅଡ଼ୁଆରେ ବିଜେପି ସାଂସଦ କଙ୍ଗନା ରାଣାଓ୍ୱତ୍। ଚାଷୀ ଆନ୍ଦୋଳନ ସନ୍ଦର୍ଭରେ କଙ୍ଗନା ଦେଇଥିବା ବୟାନ ଦଳର ମତ ନୁହେଁ ବୋଲି ବିଜେପି ସ୍ପଷ୍ଟ କରିଦେଇଛି। ଦଳ କି ଦଳର ନୀତିଗତ ନିଷ୍ପତ୍ତି ଉପରେ କହିବାକୁ କଙ୍ଗନା ଅଧିକୃତ ନୁହଁନ୍ତି। ଏହା ସହ ଭବିଷ୍ୟତରେ କଙ୍ଗନା ଏଭଳି କୌଣସି ବୟାନ ଯେମିତି ଦେବେନି, ସେଥିଲାଗି ଦଳ ତାଗିଦ୍ କରିଛି। ସାମାଜିକ ସମସ୍ୟାର ସିଦ୍ଧାନ୍ତ ଉପରେ ଚାଲିବାକୁ ଦଳ ସଂକଳ୍ପବଦ୍ଧ ବୋଲି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ପ୍ରେସବିଜ୍ଞପ୍ତି ଜରିଆରେ ଜଣାଇଦିଆଯାଇଛି। ଚାଷୀ ଆନ୍ଦୋଳନ ବେଳେ ଉପଦ୍ରବୀଙ୍କ ହିଂସା ବଢ଼ିଥିଲା। ଦୁଷ୍କର୍ମ ଓ ହତ୍ୟାବି ହୋଇଥିଲା। କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିନେଲେ। ନଚେତ୍ ଏଭଳି ଘୃଣ୍ୟ କାମ କରିବାକୁ ଲମ୍ୱା ଯୋଜନା ଥିଲା। ଦେଶରେ କିଛି ବି କରିପାରିଥାଆନ୍ତେ ଏମାନେ ବୋଲି କହିଥିଲେ କଙ୍ଗନା ରାଣାଓ୍ୱତ୍। ବିଜେପିର ଶୀର୍ଷ ନେତୃତ୍ୱ ମଝଭୁତ୍ ନଥିଲେ, ପଞ୍ଜାବକୁ ବାଂଲାଦେଶ କରିଦେଇଥାଆନ୍ତେ। ଚାଷୀ ଆନ୍ଦୋଳନ ନାଁରେ ଯାହା ଘଟୁଥିଲା, ତାହା ଦେଶକୁ ଅଛପା ନାହିଁ। ଆନ୍ଦୋଳନ ବେଳେ ଲୋକଙ୍କୁ ହତ୍ୟା କରି ଟାଙ୍ଗିଦିଆଯାଉଥିଲା। ଏଭଳି ଜଘନ୍ୟ ଘଟଣା ଆହୁରି ଆଗକୁ ବଢିଥାଆନ୍ତା। ସୌଭାଗ୍ୟବଶତଃ କେନ୍ଦ୍ର ସରକାର କୃଷି ବିଲକୁ ପ୍ରତ୍ୟାହାର କରିନେବାରୁ ଉପଦ୍ରବୀ ଥମିଗଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *