ହରିଆଣାରେ ବିଏସପି ସହ ମେଣ୍ଟ କଲା ଆଇଏନଏଲଡି। ବିଏସପିର ଜାତୀୟ ସଂଯୋଜକ ଆକାଶ ଆନନ୍ଦ ଏହା ଘୋଷଣା କରିଛନ୍ତି। ଆଇଏନଏଲଡିର ଅଭୟ ଚୌତାଲା ଏହି ଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଅଟନ୍ତି ବୋଲି କହିଛନ୍ତି ଆକାଶ। ହରିଆଣାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ମେଣ୍ଟରେ ଲଢ଼ିବ ବିଏସପି- ଆଇଏନଏଲଡି। ବିଏସପି ସୁପ୍ରିମୋ ମାୟାବତୀ ଏ ନେଇ ସଙ୍କେତ ଦେବା ପରେ ଆକାଶ ଏଭଳି ଘୋଷଣା କରିଛନ୍ତି। ଏଥର ହରିଆଣାରେ ଏହି ମେଣ୍ଟ ସରକାର କରିବ ବୋଲି ଆଶାବାଦୀ ଆକାଶ। ଚଳିତବର୍ଷ ଅକ୍ଟୋବରରେ ବିଧାନସଭା ନିର୍ବାଚନ ହେବ। ଚଣ୍ଡୀଗଡ଼ରେ ମିଳିତ ପ୍ରେସମିଟ୍ କରି ମେଣ୍ଟ ବାବଦରେ ଘୋଷଣା କରିଛନ୍ତି ଆକାଶ ଓ ଅଭୟ। ଦୁଇ ଦଳ ଭିତରେ ଆସନ ବୁଝାମଣା ସରିଛି। ଆଇଏନଏଲଡି ୫୩ ସିଟ ଓ ବିଏସପି ୩୭ ସିଟରେ ଲଢ଼ିବ। ଏହି ଦୁଇ ଦଳ ପ୍ରଥମ ଥର ୧୯୯୬ରେ ଲୋକସଭା ନିର୍ବାଚନ ମେଣ୍ଟ କରି ଲଢ଼ିଥିଲେ। ଏହା ପରେ ୨୦୧୮ରେ ମେଣ୍ଟ କରି ଲଢ଼ିଥିଲେ। ତୃତୀୟ ଥର ବିଏସପି-ଆଇଏନଏଲଡି ମେଣ୍ଟ କରି ଲଢ଼ିବାକୁ ଯାଉଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now