ଉତ୍ତର ପ୍ରଦେଶର ମେରଠରେ ଅଘଟଣ। ଏକ ୩ ମହଲା କୋଠା ଭୁଶୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଆହୁରି ଅନେକ ଲୋକ ମାଟି ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି। ଏହି କୋଠା ଭୁଶୁଡ଼ିବା ପରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା। ସୂଚନା ମିଳିବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ଆବର୍ଜନା ସଫା କରିବା ପାଇଁ କାମ ଜାରି ରହିଛି। ମେରଠରେ ଅଘଟଣ ପରେ ଜିଲ୍ଲାପାଳ ଦୀପକ ମୀନା କହିଛନ୍ତି ଯେ, ମହିଳା ଓ ଶିଶୁ ସମେତ ୮ ଜଣଙ୍କୁ ଆବର୍ଜନା ଭିତରୁ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣଙ୍କୁ ଖୋଜା ଚାଲିଛି। ମାଟି ତଳେ ଚାପି ହୋଇ ଅନେକ ପଶୁଙ୍କ ମୃତ୍ୟୁ ହୋଇଛି। ସେହିପରି ମେରଠ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅବଗତ ହୋଇଛନ୍ତି। ସେ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଦ୍ଧାରକାରୀ ଟିମ୍ ସେମାନଙ୍କର କାମ ଜାରି ରଖିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now