ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ପ୍ରସଙ୍ଗରେ କଂଗ୍ରେସର ମନୋଭାବକୁ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମାଲୋଚନା କରିଛନ୍ତି ।ନିର୍ବାଚନରେ ପରାଜିତ ହେଲେ କଂଗ୍ରେସ ସମେତ ବିରୋଧୀ ଇଣ୍ଡଆ ବ୍ଲକ ଇଭିଏମ ଉପରେ ଦୋଷାରୋପ କରୁଛନ୍ତି । ଜିତିଲେ ନିଜ ପରାକ୍ରମ କହୁଛନ୍ତି । ତେବେ ଇଣ୍ଡିଆ ମେଣ୍ଟର ଅଂଶୀଦାର ଥିବା ସତ୍ତ୍ୱେ ନ୍ୟାସନାଲ କନଫରେନ୍ସ ନେତା ବିଜେପିର ପକ୍ଷ ରଖିବାକୁ ନାପସନ୍ଦ କରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ । ଏଭଳି ପ୍ରତିକ୍ରିୟା କାହିଁକି ଦେଲେ ପଚାରିବାରୁ ଓମାର କହିଥିଲେ ଅନ୍ଧ ସମର୍ଥନ କାହାକୁ କରେନାହିଁ । ଯାହା ଠିକ ତାହା ସବୁବେଳେ ଠିକ । ଯଦି ଅଭିଯୋଗ ରହିଚି ତେବେ ସେଥିରେ ନିରନ୍ତରତା ରହିବା ଉଚିତ । ସେପଟେ କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀ ହେବା ପରେ ଓମାର ଅବଦୁଲ୍ଲା ବିରୋଧୀ ଉଠାଉଥିବା ପ୍ରସଙ୍ଗ ଗୁଡିକରେ ନିଜର ଭିନ୍ନ ଆଭିମୁଖ୍ୟ ରଖୁଛନ୍ତି । ବରିଷ୍ଠ କଂଗ୍ରେସ ସାଂସଦ ମଣିକମ ଟାଗୋର କହିଥିଲେ ଯେ ଭୋଟିଂ ମେସିନ ହେରଫେର ପ୍ରସଙ୍ଗ ମହାରାଷ୍ଟ୍ର ନିର୍ବାଚନ ପରିଣାମ ପରେ ଶରଦ ପାୱାରଙ୍କ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା ଏବଂ ସମାଜବାଦୀ ପାର୍ଟି ଦ୍ୱାରା ଉଠାଯାଇଥିଲା । ତେବେ ବିଭିନ୍ନ ସମୟରେ ବିରୋଧୀ ଦଳମାନେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ନିର୍ଦ୍ଧାରିତ ସମୟ ପରେ ଅତ୍ୟଧିକ ଭୋଟ ପର୍ସେଣ୍ଟେଜ ବୃଦ୍ଧିକୁ ନେଇ ଅଭିଯୋଗ ହୋଇଚି ।ବହୁ ବିକଶିତ ରାଷ୍ଟ୍ର ବାଲାଟରେ ନିର୍ବାଚନ କରୁଥିବା ବେଳେ ଯନ୍ତ୍ର ଦ୍ୱାରା ଜନାଦେଶ ନିୟନ୍ତ୍ରିତ ହେଉଛି ବୋଲି ଅଭିଯୋଗ କରିଛନ୍ତି । ଯାହାକୁ ସଫା ସଫା ଖଣ୍ଡନ କରି ଆସିଛନ୍ତି ନିର୍ବାଚନ ଆୟୋଗ । ତେବେ ଅବଦୁଲ୍ଲାଙ୍କ ପାର୍ଟି ନ୍ୟାସନାଲ କନଫରେନ୍ସ ସହ କଂଗ୍ରେସ ମିଳିତ ଭାବେ ଅକ୍ଟୋବରରେ ହୋଇଥିବା ଜମ୍ମୁ କାଶ୍ମୀର ନିର୍ବାଚନ ଲଢିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now