ମିଛ ଦିବ୍ୟାଙ୍ଗ ପ୍ରମାଣପତ୍ର ବଳରେ ଆଇଏଏସ ପାଇଥିବା ପୂଜା ଖେଦକର ଏବେ ବିବାଦରେ। ୨୦୨୨ ବ୍ୟାଚର ଆଇଏଏସ ପୁଜା। ୟୁପିଏସସିରେ ୮୨୧ ରାଙ୍କ ରଖି ବି ଆଇଏଏସ ପାଇଥିଲେ। ତାଙ୍କ ପିତାଙ୍କ ସମ୍ପତ୍ତି ୪୦ କୋଟି। ନିର୍ବାଚନ ସମୟରେ ପୂଜାଙ୍କ ବାପାଙ୍କ ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି। ତା ସତ୍ତ୍ୱେ ସେ ପଛୁଆ ବର୍ଗର ବୋଲି ଦାବି କରନ୍ତି। କ୍ଷମତାର ଦୁରୁପଯୋଗ କରି ଜଣେ ଠିକାଦାରଙ୍କଠୁ ପ୍ରାଇଭେଟ୍ ଅଡି କାର ନେଇ ବୁଲୁଥିଲେ ପୂଜା। ଘରୋଇ ଗାଡ଼ିରେ ଭିଆଇପି ନମ୍ୱର ଦାବି ସହ ନାଲି ବତୀ ଲଗାଇ ବୁଲୁଥିଲେ। ପ୍ରବେଶନାରୀ ଆଇଏଏସ ଥିବା ପୂଜାଙ୍କ ଘରେ ପୁନେ ପୁଲିସ ପହଞ୍ଚି ତନାଘନା କରିଛି। ଓ୍ୱାସିମ୍ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଜଏନ କରିଛନ୍ତି ପୂଜା। ଆଇଏଏସ ଅଫିସର ହେବାକୁ ଫେକ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଜରିଆର ସାହାରା ନେଇଥିବା ଅଭିଯୋଗ ହୋଇଛି। ପ୍ରବେସନାରୀ ପିରିୟଡ଼ରେ ନିଜ ହୋମ ଟାଉନରେ କାମ କରିବାକୁ ସୁଯୋଗ ମିଳିଗଲା। ମେଡ଼ିକାଲ ଟେଷ୍ଟ ଲାଗି ୬ଥର ଡକାଯାଇଥିବା ସତ୍ତ୍ୱେ ଏହାକୁ ଏଡ଼ାଇଯାଇଥିଲେ ପୂଜା। ମହାରାଷ୍ଟ୍ର କ୍ୟାଡରର ଆଇଏଏସ ପୂଜାଙ୍କୁ ନେଇ ବିବାଦ ତେଜିବାରେ ଲାଗିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now