ଡିସେମ୍ବର ୨୫ ବଡଦିନ । ଧରାବତରଣ କରିଛନ୍ତି ଯୀଶୁ ଖ୍ରୀଷ୍ଟ । ଏହି ଅବସରରେ ଖ୍ରୀଷ୍ଟ ଧର୍ମୀଙ୍କ ମନରେ ଉସ୍ଛାହ ଦେଖିବାକୁ ମିଳିଛି । ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ଏହାରି ମଧ୍ୟରେ ସେ ଚଳିତ ବର୍ଷ ସେଠାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନାସା ପକ୍ଷରୁ ସୁନୀତା ୱିଲିୟମ୍ସ ଏବଂ ତିନି ମହାକାଶଚାରୀଙ୍କ ଭିଡିଓ ପୋଷ୍ଟ କରାଯାଇଛି।ଯେଉଁଥିରେ ତାଙ୍କ ସହ ଡନ୍ ପେଟିଟ୍, ନିକ୍ ହେଗ ଏବଂ ବଚ୍ ୱିଲମୋର ରହିଛନ୍ତି। ଭିଡିଓରେ ଏହି ମହାକାଶଚାରୀ ମାନେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ଯ କରିଛନ୍ତି।
ସେପଟେ କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ ରେ ସ୍ଥାନ ପାଇଛି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now