ନିମନ୍ତ୍ରଣ କରି ଫାଇଭ- ଷ୍ଟାର ହୋଟେଲରେ ବିଚାରପତିଙ୍କୁ ରଖୁଛ। କିନ୍ତୁ ଗରିବଙ୍କ ଲାଗି ମାଗଣାରେ କେସ୍ ଲଢ଼ିବାକୁ ପାଣ୍ଠି ନାହିଁ। ତା ହେଲେ କଅଣ ଏମିତି ବାଗରେ ନାଲସା ବା ଲିଗାଲ ସର୍ଭିସ ଅଥୋରିଟି କାମ କରୁଛି ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପଙ୍କର ଦାସ। ଏକେ ସେନ୍ ମେମୋରିଆଲ ଲେକ୍ଚରର ପାନେଲ୍ ଆଲୋଚନାରେ ଭାଗ ନେଇ ଏଭଳି ବଡ଼ ଗୁମରକୁ ସାମ୍ନାକୁ ଆଣିଛନ୍ତି ଜଷ୍ଟିସ ଦୀପଙ୍କର ଦାସ। କୋଲକାତା ହାଇକୋର୍ଟରେ ବିଚାରପତି ଥିଲା ବେଳେ ଏମିତି ଏକ ଘଟଣାର ଦୃଷ୍ଟାନ୍ତ ରଖି କହିଥିଲେ। ଜଣେ ଗରିବ ମହକିଲଙ୍କ ରହିବା, ଯାତାୟତ ଓ ଖାଇବା ଖର୍ଚ୍ଚ ଦେବାକୁ ପାଣ୍ଠିର ଅଭାବ ଦର୍ଶାଇଥିଲା ଲିଗାଲ ସର୍ଭିସ ଅଥୋରିଟ୍। ଏହାର ଅର୍ଥ ଯାହା ପାଖରେ ଟଙ୍କା ନାହିଁ, ସେ ଦିଲ୍ଲୀକୁ ଆସିପାରିବନି ନ୍ୟାୟ ପାଇବାକୁ। ଏଭଳି ସତ କହି ଅନେକ ଆଡୁ କେମିତି ବିରୋଧର ସମ୍ମୁଖୀନ ହୋଇଥିଲେ, ସେ କଥାର ଅବତାରଣା କରିଥିଲେ ଜଷ୍ଟିସ୍ ଦାସ। କିନ୍ତୁ ଏଭଳି ବଡ଼ ବଡ଼ ସମ୍ମିଳନୀକୁ ନିମନ୍ତ୍ରଣ କରି ବିଚାରପତିଙ୍କୁ ଫାଇଭ-ଷ୍ଟାର ହୋଟେଲରେ ରଖିବାକୁ ତା ହେଲେ ଅର୍ଥ ଆସୁଛି କେଉଁଠୁ। ଲୋକଙ୍କୁ ହାତପାହାନ୍ତାରେ ମାଗଣା ଆଇନ ସେବା ଯୋଗାଇବାର ମୂଳମନ୍ତ୍ରରୁ ଦୂରେଇ ଯାଉନି ତ ଅଥୋରିଟି ବୋଲି ପଚାରିଛନ୍ତି ଜଷ୍ଟିସ୍ ଦାସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now