ଛାଡ଼ପତ୍ର ପାଇଥିବା ମୁସ୍ଲିମ ମହିଳା ଏଣିକି ଭରଣପୋଷଣ ପାଇଁ ପିଟିସନ୍ ପକାଇପାରିବେ। ସ୍ୱାମୀଙ୍କ ବିରୁଦ୍ଧରେ କୋଡ୍ ଅଫ କ୍ରିମିନାଲ ପ୍ରୋସିଡ୍ୟୋରର ଧାରା ୧୨୫ ଅଧୀନରେ ପିଟିସନ କରିପାରିବେ। ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି ଆଜି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ଜଷ୍ଟିସ ବିଭି ନାଗରତ୍ନା ଓ ଏ.ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଏହି ରାୟ ଆସିଛି। ସିଆରିପିସି ୧୨୫ କେବଳ ବିବାହିତାଙ୍କ କ୍ଷେତ୍ରରେ ନୁହେଁ, ବରଂ ସମସ୍ତ ମହିଳାଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ମୁସଲିମ୍ ପୁରୁଷ ଜଣକ ଛାଡ଼ପତ୍ର ପତ୍ନୀଙ୍କୁ ଅନ୍ତରୀଣ କ୍ଷତିପୂରଣ ଦେବା ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲେ। ଆଉ ଏହି ପିଟିସନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମୁସଲିମ ମହିଳାଙ୍କ ଛାଡ଼ପତ୍ର ଅଧିକାର ସୁରକ୍ଷା ଆକ୍ଟ ୧୯୮୬ କଦାପି ସେକୁଲାର ଲ ଉପରେ ହୋଇପାରିବନି।
Naxatra News is now on Whatsapp
Join and get latest news update delivered to you via whatsapp
Join Now