ପ୍ରଥମ ଥର ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ । ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ। ସେ ଆସନ୍ତାକାଲି ସନ୍ଧ୍ୟା ସମୟରେ ଭୁବନେଶ୍ୱରସ୍ଥିତ ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିବେ। ପୁରୀରେ ରାତ୍ରିଯାପନ କରିବା ସହିତ ବୁଧବାର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି । ପୁରୀ ଗସ୍ତ ପରେ ନିର୍ଦ୍ଦେଶକ ରାହୁଲ ନବୀନ କଟକ ଓ ପରେ ଭୁବନେଶ୍ୱର ଗସ୍ତ କରିବେ । ସେ ଭୁବନେଶ୍ୱର ଇଡି ଅଫିସରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ କରିବେ ବୋଲି ମଧ୍ୟ ସୂଚନା ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now