ନଡ଼ା ଜାଳିଲେ ଜରିମାନା ଦେବେ ୩୦ହଜାର ଟଙ୍କା

ଏଣିକି ନଡ଼ା ଜଳାଇଲେ ୩୦ ହଜାର ଟଙ୍କା ଦେବେ ଜରିମାନା । ପେନାଲ୍ଟି ରାଶିକୁ ଦୁଇ ଗୁଣ କରିଛନ୍ତି କେନ୍ଦ୍ର ସରକାର । ପ୍ରତିବର୍ଷ ଶୀତ ଆରମ୍ଭ ହେବା ସହିତ ଦିଲ୍ଲୀରେ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିଯାଇଥାଏ । ଚଳିତ ବର୍ଷ ବି ଏମିତି କିଛି ଦେଖିବାକୁ ମିଳିଛି । ଦିଲ୍ଲୀରେ ଶୀତ ବୃଦ୍ଧି ଏବଂ ପବନର ଧିମା ଗତି ସାଙ୍ଗକୁ ବାୟୁ ପ୍ରଦୂଷଣ ଓ କୁହୁଡ଼ି ଛାଇଯାଇଛି ।ଶୀତ ଋତୁରେ ସାଧାରଣତଃ ପଞ୍ଜାବ, ହରିୟାଣା ସମେତ ଦିଲ୍ଲୀ ଆଖାପାଖ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବାର ଦୃଶ୍ୟ ମଧ୍ୟ ଦେଖାଯାଇଥାଏ । ତେବେ ବର୍ତ୍ତମାନ ଲୋକେ ଯେପରି ନଡ଼ା ନ ଜାଳିବେ, ସେଥିପାଇଁ ଜରିମାନା ରାଶିକୁ ଦୁଇ ଗୁଣ କରାଯାଇଛି । କେନ୍ଦ୍ର ସରକାର ଏହି ରାଶିକୁ ବଢ଼ାଇ ଦେଇଛନ୍ତି ।ନୂଆ ନିଷ୍ପତ୍ତି ମୁତାବକ, ଯଦି ଚାଷୀ ନଡ଼ା ଜଳାଉଛନ୍ତି ଏବଂ ତାଙ୍କ ପାଖରେ ୨ ଏକରରୁ କମ୍ ଜମି ରହିଛି, ତା’ ହେଲେ ୫ ହଜାର ଟଙ୍କା ଜରିମାନା ଦେବେ । ୨ରୁ ୫ ଏକର ଥିବା ଚାଷୀଙ୍କୁ ୧୦ ହଜାର ଏବଂ ୫ ଏକରରୁ ଅଧିକ ଜମି ଥିବା ଚାଷୀଙ୍କୁ ୩୦ ହଜାର ଟଙ୍କା ଜରିମାନା ରାଶି ସ୍ଥିର କରାଯାଇଛି ।ଗତ ମାସରେ ସୁପ୍ରିମକୋର୍ଟ ମଧ୍ୟ କମ୍ ଜରିମାନା ପାଇଁ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଥିଲେ, ଯାହାପରେ ଏବେ କେନ୍ଦ୍ର ସରକାର ନଡ଼ା ଜଳିବାକୁ ନେଇ ଜରିମାନା ରାଶିକୁ ଦୁଇ ଗୁଣ କରିଦେଇଛନ୍ତି ।ଏହି ନିୟମ ରାଜଧାନୀ ଦିଲ୍ଲୀ ଏବଂ ଆଖାପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଅଧିନିୟମ ଆକ୍ଟ ୨୦୨୧ ଅଧୀନରେ ସଂଶୋଧିତ ହୋଇଛି । କହି ରଖୁଛୁ, ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଏ.କ୍ବି.ଆଇ ୪୦୦ ଅତିକ୍ରମ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *