ଗାର୍ଲଫ୍ରେଣ୍ଡ ପାଇଁ ବନ୍ଧା ହେଲା ଗ୍ୟାଙ୍ଗଷ୍ଟର

ଗାର୍ଲଫ୍ରେଣ୍ଡର ଜନ୍ମଦିନ ନିଆରା ଭାବେ ପାଳିବାକୁ ଯୋଜନା କରିଥିଲା ଗ୍ୟାଙ୍ଗଷ୍ଟର। ସେଥିଲାଗି ୧୨ଟି କଳା ସ୍କର୍ପିଓର କାରକେଡ୍ ବାହାର କରିଥିଲା। ଆଉ ଷ୍ଟଣ୍ଟ୍ ଦେଖାଇ ରିଲ୍ସ କରିଥିଲା। ଆଉ ଭିଡ଼ିଓ ଭାଇରାଲ ପରେ ବନ୍ଧା ହେଲା ଗ୍ୟାଙ୍ଗଷ୍ଟର। ଗାର୍ଲଫ୍ରେଣ୍ଡର ବାର୍ଥ-ଡେ କୁ ନିଆରା ଢଙ୍ଗରେ ପାଳିବାର ମଉଜ ଛଡ଼ାଇଦେଲା କାନପୁର ପୁଲିସ। ଗ୍ୟାଙ୍ଗଷ୍ଟର ଅଜୟ ଠାକୁରକୁ ଗିରଫ କରିଛି ପୁଲିସ। ସ୍କର୍ପିଓରେ କଳା ଚଷମା ପିନ୍ଧି ଗାର୍ଲଫ୍ରେଣ୍ଡ୍ ବି ନିଆରା ଅନ୍ଦାଜରେ ଲୁକ୍ ଦେଇଥିଲା। ଆହୁରି ରୋଚକ କଥା ହେଉଛି। ପୁଲିସ ଯେତେବେଳେ ଅଜୟ ଠିକଣାରେ ରେଡ୍ କରିଥିଲା। ସେତେବେଳେ ଭୟରେ ଗଛରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା। ପୁଲିସ ବହୁ କସରତ ପରେ ଯେତେବେଳେ ଅଜୟକୁ ଧରିଥିଲା। ସେତେବେଳେ ଅଜୟ ପୁଲିସ ଉପରକୁ ଇଟାରେ ଆକ୍ରମଣ କରିବାକୁ ପଛାଇନଥିଲା। ଆଉ ଫେରାର୍ ହେବାକୁ ଉଦ୍ୟମ କରି ନିଜ ମୁଣ୍ଡକୁ ଇଟାରେ ମାରି ଆହତ ହୋଇଥିଲା। ପୁଲିସ ସାମ୍ନାରେ କୌଣସି ଫନ୍ଦି ଚାଲିଲାନି। ସବା ଆଗରେ ଥିବା ଗାଡ଼ିରେ ଅଜୟ ଠାକୁର ବସିଥିଲା। ତା ପାଖରେ ତା ଗାର୍ଲଫ୍ରେଣ୍ଡ୍ ବସିଥିଲା। ଯେଉଁ ସବୁ ସ୍କର୍ପିଓରେ ଷ୍ଟଣ୍ଟ ହେଉଥିଲା। ସେ ସମସ୍ତ ଗାଡିର ନମ୍ୱର ପ୍ଲେଟ୍ ଗାଏବ ଥିଲା। ସମସ୍ତ ଗାଡ଼ି କାନପୁର ଡିସିପି ସାଉଥ୍ ଅଫିସ୍ ପାଖ ଦେଇ ଯାଇଥିଲା। ଷ୍ଟଣ୍ଟ ବି ଜାରି ଥିଲା। ଭିଡ଼ିଓ ଭାଇରାଲ ପରେ ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ଏହାକୁ ନେଇ ଆପତ୍ତି ଜାହିର କରିଥିଲେ। ଏହା ପରେ ପୁଲିସ ଅଜୟକୁ ବାନ୍ଧିଛି। ଅଜୟ ଠାକୁର କାନପୁର ଗ୍ୟାଙ୍ଗଷ୍ଟର ଅଟେ। ୨ ବର୍ଷ ପୂର୍ବରୁ ଡାକ୍ତର ଦମ୍ପତ୍ତିଙ୍କ ନାବାଳିକା ଝିଅଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିଲା ଅଜୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *