ସାରା ଦେଶରେ ପାଳିତ ପବିତ୍ର ଗୁରୁ ପୂର୍ଣ୍ଣିମା

ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା। ଏହି ପର୍ବ ଗୁରୁମାନଙ୍କୁ ସମର୍ପିତ। ଏହି ଅବସରରେ ଲୋକମାନେ ଜ୍ଞାନ ଓ ଆଶୀର୍ବାଦରେ ନିଜ ଜୀବନକୁ ମାର୍ଗଦର୍ଶନ କରୁଥିବା ଗୁରୁମାନଙ୍କୁ ସ୍ମରଣ କରିବା ସହ କୃତଜ୍ଞତା ଜ୍ଞାପନ କରିଥାନ୍ତି। ବୋଧି ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ଏହି ଅବସରରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ଭଗବାନ ବୁଦ୍ଧ ବୋଧଗୟାରୁ ସାରନାଥ ଯାତ୍ରା କରି ପୂର୍ଣ୍ଣିମା ଦିନ ନିଜର ଉପଦେଶ ଦେଇଥିଲେ। ତେଣୁ ବୁଦ୍ଧଙ୍କ ଅନୁଗାମୀମାନେ ଏହି ଦିନ ତାଙ୍କୁ ପୂଜା କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *