ହିଟ୍‌ ଆଣ୍ଡ ରନ୍ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ମୁମ୍ୱାଇରେ ମର୍ସିଡିଜରେ ହିଟ୍ ଆଣ୍ଡ ରନ୍ ମାମଲାରେ ଡ୍ରାଇଭର ରାଜର୍ଷି ବିଦାଓ୍ୱାତଙ୍କ ହାଜତ ମିଆଦ ଜୁଲାଇ ୧୧ ଯାଏ ବଢ଼ିଲା। ସିଉରି କୋର୍ଟ ହାଜତ ମିଆଦକୁ ବଢ଼ାଇଛନ୍ତି। ସେପଟେ ଅବକାରୀ ବିଭାଗ ଜୁହୁରେ ଥିବା ଭାଇସ ଗ୍ଲୋବାଲ୍ ତାପସ ବାର୍ କୁ ସିଲ୍ କରିଛି। ଦୁର୍ଘଟଣା ଘଟାଇବା ଆଗରୁ ଏହି ବାରକୁ ଅଭିଯୁକ୍ତ ମିହିର ଶାହା ନିଜ ସାଙ୍ଗ ସହ ଆସି ପାର୍ଟି କରିଥିଲେ। ମୁମ୍ୱାଇ ଓ୍ୱର୍ଲି ହିଟ୍ ଆଣ୍ଡ ରନ୍ ମାମଲାରେ ପୁଅକୁ ରକ୍ଷା କରିବାକୁ ଡ୍ରାଇଭରକୁ କୁଆଡ଼େ ଫସାଇବାକୁ ଶିବସେନା ନେତା ରାଜେଶ ଶାହା ଷଡ଼ଯନ୍ତ୍ର କରିଥିଲେ। ହେଲେ ଏହା ଫେଲ୍ ମାରିଗଲା। ଅଭିଯୁକ୍ତ ମିହିରଙ୍କ ବିରୁଦ୍ଧରେ ଲୁକ ଆଉଟ୍ ନୋଟିସ ଜାରି କରିସାରିଥିଲା ପୁଲିସ। ସ୍କୁଟିରେ ନିଜ ସ୍ୱାମୀଙ୍କ ସହ ଯାଉଥିବା ବେଳେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା ଦ୍ରୁତଗାମୀ ବିଏମଡବ୍ଲୁ। ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ବିଏମଡବ୍ଲୁ ଚଲାଉଥିଲେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ। ପ୍ରାୟ ଦେଢ଼ କିଲୋମିଟର ମହିଳାଙ୍କୁ ଘୋଷାଡ଼ି ନେଇଥିଲା ଗାଡ଼ି। ଏହା ପରେ ଡ୍ରାଇଭର ସିଟ୍ ବଦଳାଇ ଦେଇଥିଲେ ମିହିର। ମିହିରକୁ ପୁଲିସ ଖୋଜୁଥିଲା ବେଳେ ଗାଡ଼ିର ଚାଳକ, ମିହିରଙ୍କ ବାପାଙ୍କୁ ପୁଲିସ ଗିରଫ କରିସାରିଥିଲା। ମିହିରକୁ ଧରିବାକୁ ପୁଲିସ ୧୪ଟି ଟିମ୍ ଗଠନ କରିଥିଲା। ଆଉ ଆଜି ମୁଖ୍ୟ ଅଭିଯୁକ୍ତ ମିହିରକୁ ଗିରଫ କରିବାକୁ ସକ୍ଷମ ହୋଇଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *