ଆଜିଠାରୁ ଜିଓର ନୂଆ ପ୍ଲାନ୍…

Spread the love

ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍ । ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନର ହେବ ଶୁଳ୍କ ବୃଦ୍ଧି । ଆଜିଠୁ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବା ନେଇ ଘୋଷଣା କରିଛି ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ । ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ୨୮ ମାସର ବୈଧତାର ମାସିକ ଯୋଜନା ପାଇଁ ୧୫୫ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୮୯ ଟଙ୍କା ଦେବାକୁ ପଡିବ ଏବଂ ଏହି ଯୋଜନାରେ ୨ ଜିବି ଡାଟା ଉପଲବ୍ଧ ହେବ । ୨୮ ଦିନର ବୈଧତା ସହିତ ୨୦୯ ଟଙ୍କା ଯୋଜନା ପାଇଁ, ୨୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ୧ ଜିବି ଡାଟା ରହିବ । ୩୯୯ ଟଙ୍କା ପ୍ଲାନ ପାଇଁ, ୪୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣ ୩ ଜିବି ଡାଟା ରହି । ଅନ୍ୟପଟେ ୨ ଜିବି କିମ୍ୱା ତାଠାରୁ ଅଧିକ ଡାଟା ଥିବା ପ୍ଲାନରେ ଅସୀମିତ ଫାଇଭ-ଜି ଡାଟା ଉପଲବ୍ଧ ହେବ । ରିଲାଏନ୍ସ ଜିଓ ପ୍ଲାନର ଶୁଳ୍କ ବୃଦ୍ଧି ଉପରେ ସାରା ଦେଶର ଉପଭୋକ୍ତାଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *