ଭଲ ଅଛନ୍ତି କାମ୍ୱଲି। ୩ରୁ ୪ ଦିନ ଭିତରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ। ଶନିବାର ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଶଯ୍ୟାରୁ ଭିଡ଼ିଓ ସନ୍ଦେଶ ଜାରି କରି କାମ୍ୱଲି କହିଛନ୍ତି ଯେ, ଡାକ୍ତରଙ୍କ ସକଳ ଚେଷ୍ଟାରୁ ସେ ବଞ୍ଚିଛନ୍ତି। ଡାକ୍ତର ଯେମିତି କହିବେ, ସେ ସେମିତି କରିବେ। ଯଦି ଡାକ୍ତରଙ୍କ କଥା ନ ମାନିବି, ତାହେଲେ ଲୋକ ଦେଖିଲେ କଅଣ କହିବେ କହି ଭାବବିହ୍ୱଳ ଅପିଲ୍ କରିଛନ୍ତି କାମ୍ୱଲି। ମୁଣ୍ଡରେ ତାଙ୍କର ରକ୍ତଜମାଟ ବାନ୍ଧିଥିଲା। ତାଙ୍କ ବାଲ୍ୟବନ୍ଧୁ ସଚିନ୍ ଏବେ ଲଣ୍ଡନ ଯାଇଛନ୍ତି। କିନ୍ତୁ ମୋ ବାବଦରେ ତାଙ୍କୁ ମିଡିଆବନ୍ଧୁ ବତାଇଦେବେ। ଏପରିକି ହସ୍ପିଟାଲ ଶଯ୍ୟାରେ କାମ୍ୱଲି ଗୀତ ଗାଇଥିବାର ଭିଡ଼ିଓ ଭାଇରାଲ ହୋଇଛି। ନିକଟରେ ଏକ ସାର୍ବଜନୀକ କାର୍ଯ୍ୟକ୍ରମରେ ବିନୋଦ କାମ୍ୱଲିଙ୍କ ସହ ସଚିନଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ଭାବବିହ୍ୱଳ ପରିବେଶରେ ଦେଖାଯାଇଥିଲା। ଯାହା ପରେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ସମେତ ସୁନୀଲ ଗାଭାସ୍କର ତାଙ୍କୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now