ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ : ୨ମୃତ

ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ୍ ନିକଟରେ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଜଣ ଆହତ ହୋଇଛନ୍ତି । ତେବେ ଭୂସ୍ଖଳନ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଫସିଥାଇପାରନ୍ତି। ସୂଚନା ମିଳିବା ପରେ ସ୍ଥାନୀୟ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଭୂସ୍ଖଳନର ଦୃଶ୍ୟ ନଜର ଆସୁଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *