ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ୭ ମାଓବାଦୀ ନିହତ

Spread the love

ଛତିଶଗଡ଼ରେ ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ।  ୭ ଜଣ ମାଓବାଦୀ ନିହତ ଓ ୩ଜଣ ଡିଆରଜି ଯବାନ ଆହତ ମଧ୍ୟ ହୋଇଛନ୍ତି । ଶୁକ୍ରବାର ନାରାୟଣପୁର, କୋଣ୍ଡାଗାଓଁ, ଦାନ୍ତେୱାଡା, ବସ୍ତର ଅଞ୍ଚଳର ଡିଆରଜି ଏବଂ ଆଇଟିବିପି ୪୫ ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପ୍ରଥମ ନକ୍ସଲ ଗୁଳିମାଡ଼ କରିଥିଲେ। ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା। ଯେଉଁଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସମସ୍ତ ମୃତଦେହ ଜବତ କରାଯାଇଛି। ସେପଟେ ଆହତ ୩ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *