ଏଥର ବିଦେଶୀ ଶକ୍ତିର ହସ୍ତକ୍ଷେପ ଦେଖିବାକୁ ମିଳୁନି- ମୋଦି

ପ୍ରଥମ ଥର ଲାଗି ବିଦେଶୀ ଶକ୍ତିର ପ୍ରୋତ୍ସାହନରେ ଲାଗିଆସିଥିବା ନିଆଁ ଏଥର ଲାଗିନି। ଗଲା ୧୦ ବର୍ଷ ଭିତରେ ସଂସଦର ସବୁ ଅଧିବେଶନରେ ଏମିତି ହୋଇ ଆସୁଥିଲା। କିନ୍ତୁ ଏଥର ଏହା ଦେଖିବାକୁ ମିଳିନି ବୋଲି ବଜେଟ୍ ଅଧିବେଶନର ଅବ୍ୟବହିତ ଆଗରୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିରୋଧୀଙ୍କୁ ସଂସଦରେ ହଙ୍ଗାମା କରିବାକୁ ଗଲା ୧୦ ବର୍ଷ ଭିତରେ ସବୁବେଳେ କୌଣସି ନା କୌଣସି ବିଦେଶୀ ରାଷ୍ଟ୍ରରୁ ଉସୁକାଇଲା ଭଳି ନିଆଁ ଆସେ। ଏହାକୁ ପବନ ଦେଇ ତେଜିଥାଆନ୍ତି ବିରୋଧୀ। ଯାହାକୁ ନେଇ ବିରୋଧୀ ହଟ୍ଟଗୋଳ କରି ଗୃହକୁ ସୁରୁଖୁରୁରେ ଚଳାଇବାକୁ ଦେଇନଥାଆନ୍ତି ବୋଲି କହିଛନ୍ତି ମୋଦି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *