ରିଅଲ ଇଷ୍ଟେଟ ନାଁରେ ଚଳାଉଥିଲେ ଦେହ ବେପାର। ଦେହ ବେପାରରେ ଲିପ୍ତ ଥିଲେ ମାଆ-ପୁଅ। ନିଜର ରିଅଲ ଇଷ୍ଟେଟ୍ ବେପାରକୁ ଫ୍ରଣ୍ଟରେ ରଖି କରୁଥିଲେ ଏମିତି ଜଘନ୍ୟ କାମ। ଫ୍ଲୋରିଡ଼ାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଉଭୟ ମାଆ ପୁଅଙ୍କ ପାଖରେ ରିଅଲ ଇଷ୍ଟେଟ ଏଜେଣ୍ଟ ଲାଇସେନ୍ସ ବି ରହିଛି। ବେଶ ଚତୁରତାର ସହ ଦୀର୍ଘ ୨୫ ବର୍ଷ ଧରି ବେଶ୍ୟାବୃତ୍ତିର ରାକେଟ ଚଳାଇ ଆସୁଥିଲେ ଦୁହେଁ। ୪୮ ବର୍ଷୀୟ ପୁଅ ଜେଲୋଭିକ୍ ଓ ୭୦ ବର୍ଷୀୟା ମାଆ ଭୋନ ଲାମ୍ୱାର୍ଟଙ୍କୁ ସେପ୍ଟେମ୍ୱରରେ ଗିରଫ କରିଛି ପୁଲିସ। ଦେଶ ଛାଡ଼ି ବ୍ରାଜିଲକୁ ଫେରାର୍ ହେବାକୁ ବସିଥିଲା ବେଳେ ମଧ୍ୟରାତ୍ରିରେ ଏମାନଙ୍କୁ ଗିରଫ କରିଥିଲା ପୁଲିସ। ମନି ଲଣ୍ଡରିଂ ଓ ଦେହ ବେପାର ଆରୋପରେ ବାନ୍ଧିଛି ପୁଲିସ। ଫ୍ଲୋରିଡ଼ାରେ ବେଶ୍ୟାବୃତ୍ତି ଅବୈଧ ଅଟେ। ବେଶ୍ୟାବୃତ୍ତି, ଏଥିରେ ଦଲାଲି କରିବା, ଏହି ସେବା ପାଇବାକୁ ଟଙ୍କା ନେଣଦେଣ ଆଦି ସମସ୍ତ ଗତିବିଧି ବେଆଇନ। କିନ୍ତୁ ଏହି ମାଆ-ପୁଅ ପ୍ରିଟି ଓ୍ୱେମେନ ଏସକର୍ଟସ ନାମରେ ଏକ କମ୍ପାନୀ ଖୋଲି ଏହା ଜରିଆରେ ଟଙ୍କା ରୋଜଗାର କରୁଥିଲେ। ଏହି କଳା ଟଙ୍କାକୁ ରିଅଲ ଇଷ୍ଟେଟ ବ୍ୟବସାୟ ଜରିଆରେ ଧଳା କରାଯାଉଥିଲା। ଦୁନିଆ ନଜରରେ ମାଆ-ପୁଅ ରିଅଲ ଇଷ୍ଟେଟ୍ ବ୍ୟବସାୟୀ ବୋଲି ଧାରଣା ଜନ୍ମାଇଥିଲେ। ପୁଲିସ ସନ୍ଦେହରେ ତଦନ୍ତ କରୁ କରୁ କମ୍ପାନୀର ଡଷ୍ଟବିନରେ ବ୍ୟବହୃତ କଣ୍ଡୋମ୍, ଗ୍ରାହକଙ୍କ ତାଲିକା ଓ ଏସକର୍ଟ୍ସ ନମ୍ୱର ପାଇଥିଲା। ଆଉ ଏସକର୍ଟକୁ ଧରିବା ପରେ ସବୁ କଥା ପଦାକୁ ଆସିଥିଲା। ଆଉ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଏୟାରପୋର୍ଟରୁ ଗିରଫ କରିଥିଲା ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now