ଏଣିକି ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟ ଆଜି ଏଭଳି ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି `ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷାସୁପ୍ରମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଲାଇଟ୍ ଲାଇସେନ୍ସ ପାଇଥିବା ଡ୍ରାଇଭର ୭ ହଜାର ୫ଶହ କିଲୋ ଓଜନ ପର୍ଯ୍ୟନ୍ତ ଭାରିଯାନ ଚଳାଇବାକୁ ଆଉ ଅଲଗା ଲାଇସେନର ଆବଶ୍ୟକତା ପଡ଼ିବନି। ଅର୍ଥାତ ୭ ହଜାର ୫ ଶହ କିଲୋ ପର୍ଯ୍ୟନ୍ତ ଓଜନ ପର୍ଯ୍ୟନ୍ତ ଭାରୀ ଯାନକୁ ଚଳାଇପାରିବେ ଲାଇସେନ୍ ହୋଲଡର।। ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହୋଇଛି । କାରଣ ସଡ଼କ ପରିବହନ ଓ ରାଜପଥ ଲାଇଟ୍ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ୧ ଜୁନରୁ ଲାଗୁ କରିଥିଲା ନୂଆ ନିୟମ। କାରଣ ସାଧାରଣ ଲୋକଙ୍କ ପାଇଁ ପୂର୍ବରୁ ରହିଥିବା ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାର ଜଟିଳତା ହ୍ରାସ କରିବା ସହିତ ଏଥିରେ ହେଉଥିବା ଭ୍ରଷ୍ଟାଚାରକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now