ଜାମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବ ଏନଆଇଏ ବା ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି। ଏପ୍ରିଲ ୨୦ରେ ସେନା ଗାଡ଼ି ଉପରେ ଆତଙ୍କି ଆକ୍ରମଣରେ ୫ଜଣ ଜବାନ ଶହୀଦ୍ ହୋଇଥିଲେ। ଜାତୀୟ ରାଜପଥରେ ନିଜର ଗନ୍ତବ୍ୟ ସ୍ଥଳ ସଞ୍ଜିକୋଟ ଅଭିମୁଖେ ଯାଉଥିବା ସେନାଗାଡ଼ି ଉପରେ ଦ୍ୱିପ୍ରହର ୩ଟା ବେଳେ ଭୀମବର ଗଳି ଓ ଭାଟା ଧୁରିଆନ ମଝିରେ ଆମ୍ୱୁସ କରି ଆତଙ୍କବାଦୀ ଆକ୍ରମଣ କରିଥିଲେ। ରାଜୌରି ଓ ପୁଞ୍ଝ ଜିଲ୍ଲାରେ ଲଗାତାର ଆତଙ୍କି ହମଲା ପରେ ଜୋରଦାର ହୋଇଥିଲା ସର୍ଚ୍ଚ ଅପରେସନ। ସୀମାରୁ ପ୍ରାୟ ୪୦ ଲୋକଙ୍କୁ ଅଟକ ରଖି ତନାଘନା କରିଥିଲା ପୁଲିସ। ନିକଟରେ ଜମ୍ମୁକଶ୍ମୀର କାଠୁଆ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ସହୀଦ ହୋଇଥିଲା ବେଳେ ୫ ଗୁରୁତର ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now