ପ୍ରୋପର୍ଟି କିଣାବିକା କରିବାକୁ ଚାହୁଁଛନ୍ତି କି। ଏଥିଲାଗି ଇ-ଖାତା ବାଧ୍ୟତାମୂଳକ। ପଞ୍ଜୀକରଣ ପୂର୍ବରୁ ଇ-ଖାତା ନଥିଲେ ପଞ୍ଜୀକରଣ ହେବନି। ସେଥିଲାଗି ବିଲଡରଙ୍କୁ କୁହ। ଜମିର ଇ-ଖାତା ଦେଖାଇବ। ଯାହା ବେଙ୍ଗାଲୁରୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବ। କୌଣସି ସମ୍ପତ୍ତିର ଟ୍ରାନ୍ସଆକ୍ସନ ବେଳେ ଏହାକୁ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର। ଇ-ଖାତାରୁ ହିଁ କିଣାବିକାରେ ହେରଫେର୍, ବେଆଇନ ପଞ୍ଜୀକରଣ, ଜାଲି ଦସ୍ତାବିଜ୍, ସମାନ ସମ୍ପତ୍ତିକୁ ଏକାଧିକ ଥର କିଣାବିକାକୁ ଲଗାମ ଲଗାଇହେବ ବୋଲି ଆଶା ପୋଷଣ କରିଛନ୍ତି ସରକାର। ନିରୀହ କ୍ରେତାଙ୍କର ଏହା ସୁରକ୍ଷାକବଚ ସାଜିବ। ଏବେ ବେଙ୍ଗାଲୁରୁ ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ଯାଉଥିବା ସମସ୍ତ ଜମି, ଫ୍ଲାଟ୍ କି ସମ୍ପତ୍ତିର କିଣାବିକା ଲାଗି ଇ-ଖାତା ଅନିର୍ବାର୍ଯ୍ୟ ବୋଲି ନିର୍ଦେଶ ଦେଇଛନ୍ତି ସିଦ୍ଧରମେୟା ସରକାର। ଏଣିକି ପାରମ୍ପରିକ ଦସ୍ତାବିଜ ଆଧାରିତ ଦସ୍ତାବିଜ୍ ଜାଗାରେ ଇ-ଖାତାକୁ ସ୍ୱିଚଓଭର କରିବାକୁ ଆବଶ୍ୟକୀୟ ନିର୍ଦେଶାନାମା ଜାରି କରିଦିଆଯାଇଛି। ସେପ୍ଚେମ୍ୱର ୩୦ରୁ ଏହାକୁ ଲାଗୁ କରାଯିବ। ଅର୍ଥାତ୍ ଏବେଠୁ କିଣାବିକାରେ କୌଣସି ପରମ୍ପରାଗତ ଭାବେ ଲାଗୁଥିବା କାଗଜପତ୍ର ଲାଗିବନି। ବେଙ୍ଗାଲୁରୁରେ ୨ଲକ୍ଷରୁ ଅଧିକ ପ୍ରୋପର୍ଟି ବିଡିଏ ସୀମାରେ ଯାଉଛି। ଯେବେ କୌଣସି ସମ୍ପତ୍ତି ବିକ୍ରି ହେବ, ଉପହାର ସୂତ୍ରରେ ଦିଆଯିବ କି କୌଣସି ପ୍ରକାର ହସ୍ତାନ୍ତର କରାଯିବ, ସେ କ୍ଷେତ୍ରରେ ଇ-ଖାତାର ଆବଶ୍ୟକତା ପଡ଼ିବ। ଏବେ ଲୋକଙ୍କ ପାଖରେ ଥିବା ପୁରୁଣା ରେକର୍ଡ ବା ସମ୍ପତ୍ତିର ଇ-ଖାତା ପାଇଁ ଆବେଦନର ଆବଶ୍ୟକତା ନାହିଁ। ଯେପର୍ଯ୍ୟନ୍ତ ମାଲିକାନା ଉପରେ କୌଣସି ପରିବର୍ତ୍ତନ ହୋଇନି। ଇ-ଖାତା ଆବେଦନ କରିବେ କେମିତି। ଆବେଦନ କରିବାକୁ ସମ୍ପତ୍ତିର ମାଲିକ ଓ କ୍ରେତା କର୍ଣ୍ଣାଟକ ସେବା ସିନ୍ଧୁ ପୋର୍ଟାଲକୁ ଯିବେ। କ୍ଲିକ୍ କଲେ ଇ-ଖାତାକୁ ବିକଳ୍ପ ଭାବେ ଚୟନ କରିବେ। ଆବଶ୍ୟକୀୟ ବିବରଣୀ ସହ ଆବେଦନ ଦାଖଲ କଲେ, ୩ରୁ ୫ ଦିନ ଭିତରେ ଇ-ଖାତା ହୋଇଯିବ। ଆଉ ଏହାର ପ୍ରିଣ୍ଟଆଉଟ୍ ବାହାର କରି ପାଖରେ ରଖିପାରିବେ ଉଭୟ। ବିବଏମପିର ଅଧିକାରୀ ଆବେଦନରେ ଦର୍ଶାଯାଇଥିବା ସମ୍ପତ୍ତିକୁ ନିଜେ ଦେଖିବାକୁ ଯିବେ। ଏହାର ଜିପିଏସକୁ କ୍ୟାପଚର କରିବେ। ତା ପରେ ଆବେଦନ ପତ୍ରରେ ଦର୍ଶାଯାଇଥିବା ତଥ୍ୟ ସହ ସମ୍ପତ୍ତିର ତାଳମେଳ ଠିକ୍ ଅଛି କି ନାହିଁ ଦେଖିବେ। ଜିପିଏସ ଟ୍ରାକିଂରେ ସମ୍ପତ୍ତିର ଫେସଲେସ, କଣ୍ଟାକ୍ଟଲେସ୍ ଅନଲାଇନ ଡେଲିଭରିକୁ ଇ-ଖାତା ସର୍ଭିସରେ ପରିଣତ କରିବାକୁ ସହଜ ହେବ। ପ୍ରତି ସମ୍ପତ୍ତିକୁ ଗୋଟିଏ ୟୁନିକ୍ ଆଇଡି ମିଳିବ। କାବେରୀ-୨ ସଫ୍ଟଓ୍ୱେର ଜରିଆରେ। ଇ-ଖାତାର ଅର୍ଥ ହେଉଛି ସମ୍ପତ୍ତିର ଡିଜିଟାଲାଇଜେସନ୍। ୨୦୨୪-୨୫ ବର୍ଷ ପାଇଁ ସମସ୍ତ ୨୦ ଲକ୍ଷ ସମ୍ପତ୍ତିର ରେକର୍ଡକୁ ଡିଜିଟାଲି କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ନିର୍ଦେଶ ଦେଇଛନ୍ତି। ଇ-ଖାତା ଜରିଆରେ ରାଜସ୍ୱ ସଂଗ୍ରହର ଟାର୍ଗେଟ ବି ରଖିଛନ୍ତି କର୍ଣ୍ଣାଟକ ସରକାର। ୨୦୨୨-୨୩ରେ ୧ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ବେଳେ ୨୦୨୩-୨୪ରେ ୪ହଜାର୩ଶହ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ୬ହଜାର କୋଟି ଟଙ୍କାକୁ ବୃଦ୍ଧି ଲକ୍ଷ୍ୟ ରଖିଛି ବେଙ୍ଗାଲୁରୁ ଉନ୍ନୟନ କର୍ତ୍ତୃପକ୍ଷ। ରାଜସ୍ୱ ମନ୍ତ୍ରୀ କ୍ରିଷ୍ଣା ଗୌଡ଼ା କହିଛନ୍ତି, ପଞ୍ଚାୟତରୁ ନେଇ ମ୍ୟୁନିସିପାଲିଟି ଯାଏ। ଯାହା ବିବିଏମପି ବା ବେଙ୍ଗାଲୁରୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଆସୁଛି। ହିସାବ କଲେ ବାର୍ଷିକ ୫ଶହ କୋଟି ଟଙ୍କାର ରାଜସ୍ୱ ହରାଉଛି ବିବିଏମପି। କାରଣ ସମ୍ପତ୍ତି କିଣାବିକା ବେଳେ ଜାଲି ଖାତା ଓ ଜାଲି ପଟ୍ଟାର ପ୍ରମାଣପତ୍ର ଦେଖାଇ ପଞ୍ଜୀକରଣ କରିଦେବାର ଅନେକ ନଜିର ଆସିଛି। କମ୍ପ୍ୟୁଟରରୁ ବି ବୋଗସ ଖାତା ଓ ଜାଲି ପଟ୍ଟା ବାହାର କରି ରେଜିଷ୍ଟ୍ରେସନ କରିଦେଉଛନ୍ତି। ଏଭଳି ବଡ଼ ଧରଣର ଅନିୟମିତତା ରୋକିବାକୁ ଇ-ଖାତା ହିଁ ସହାୟକ ସାଜିବ ବୋଲି ଆଶାବାଦୀ କର୍ଣ୍ଣାଟକ ସରକାର। ପେପର ଖାତାରୁ ଇ-ଖାତାକୁ ଅପଗ୍ରେଡ୍ ହେବ ସମସ୍ତ ସମ୍ପତ୍ତି। ଏହି ଅପଡେଟ୍ ଜମି କିଣାବିକାରେ ସ୍ୱଛତା,ସୁରକ୍ଷାକୁ ପ୍ରତିଫଳିତ କରିବ। ରିଅଲ ଇଷ୍ଟେଟ କ୍ଷେତ୍ରରେ ପ୍ରମୋଟରଙ୍କ ପ୍ରତି ଟ୍ରଷ୍ଟ ବୃଦ୍ଧି ସକାଶେ ଇ-ଖାତା ବି ସହାୟକ ସାଜିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now