ଏନକାଉଣ୍ଟରରେ ଟଳିଲା ଆତଙ୍କୀ

Spread the love

ଜାମୁକାଶ୍ମୀର ବାନ୍ଦିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଲଗାତାର ଆକ୍ରମଣ ପରେ ଜମୁରେ ଜୋରଦାର ଚାଲିଛି ଆତଙ୍କୀ ନିପାତ ଅଭିଯାନ। ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷା ବାହିନୀ । ଆତଙ୍କୀର ମୃତଦେହ ନିକଟରେ ଅତ୍ୟାଧୁନିକ ଏମ-୪ ରାଇଫଲ ଠାବ କରାଯାଇଛି ।ଗତ କିଛି ଦିନ ମଧ୍ୟରେ ୪ଟି ଆତଙ୍କୀ ଆକ୍ରମଣ ଘଟଣା ପରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀର ସୀମବର୍ତୀ ଅଞ୍ଚଳର ବିଭିନ୍ନ ଠିକଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପଟେ ଜୁନ ୨୯ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ରବିବାର ସୁରକ୍ଷା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏହି ବୈଠକ ପରେ ଆଜି ଜମୁ ଗସ୍ତରେ ଯାଇଛନ୍ତି ସିଡିଏସ ଅନୀଲ ଚୌହ୍ୱାନ ।

Leave a Reply

Your email address will not be published. Required fields are marked *