ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ

ଆଜିଠୁ ସଂସଦର ବଜେଟ୍ ଅଧିବେଶନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେବା ସହିତ ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି। ମୋଦୀ କହିଥିଲେ ଯେ, ୬୦ ବର୍ଷ ପରେ କୌଣସି ସରକାର ୩ୟ ଥର ଲାଗି ଲଗାତର କ୍ଷମତାକୁ ଆସିଛି ଏବଂ ୩ୟ ଥର ଲାଗି ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଛି। ଅମୃତ କାଳ ପାଇଁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହି ବଜେଟ ଆମର ଆଗାମୀ ୫ବର୍ଷର କାର୍ଯ୍ୟକାଳର ଦିଗ ନିର୍ଦ୍ଧାରଣ କରିବ ଏବଂ ବିକଶିତ ଭାରତ ସ୍ଵପ୍ନର ସୁଦୃଢ଼ ମୂଳଦୁଆ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଅତି ସତର୍କତାର ସହ ଦେଖୁଛି ସଂସଦର ଏହି ଅଧିବେଶନ ସକାରାତ୍ମକ, ସୃଜନାତ୍ମକ ହେଉ, ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମର୍ଥ ହେଉ ସେଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ । ଏହି ବଜେଟ୍ ମଜବୁତ ମୂଳଦୂଆ ରଖିଲାବାଲା ହେବା ଦରକାର । ଭାରତୟ ଗଣତନ୍ତ୍ର ଯେଉଁ ଗୌରବମୟ ଯାତ୍ରା ସ୍ୱାଧୀନତା ସହ ଆରମ୍ଭ କରିଥିଲା ସେଥିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଭାବେ ମୋତେ ଏବଂ ମୋର ସମସ୍ତ ସାଥୀଙ୍କ ପାଇଁ ଏହା ଏକ ଗାରିମାମୟ ବିଷୟ’ । ‘୬୦ ବର୍ଷ ପରେ କୌଣସି ସରକାର ୩ଥର ପାଇଁ ପୁଣି ସରକାର ଗଢିଛି । ଏବଂ ଲଗାତାର ତୃତୀୟ ପାଳିରେ ବଜେଟ ରଖିବାକୁ ସମର୍ଥ ହୋଇଛି । ଯାହା ସାରା ଦେଶପାଇଁ ଏକ ଗୌରବମୟ ବିଷୟ । ଦେଶବାସୀଙ୍କୁ ଯେଉଁ ଆମେ ଯେଉଁ ଗ୍ୟାରେଣ୍ଟିତ ଦେଇଆସିଛୁ ସେସବୁକୁ ସଫଳ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ । ଏହି ବଜେଟ୍ ଅମୃତ କାଳର ଏକ ମହତ୍ୱପୂର୍ଣ୍ଣ ବଜେଟ୍। ପ୍ରତି ଦେଶବାସୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ, ଭାରତ ଆର୍ଥିକ ଦେଶ ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଦେଶରେ ସାମିଲ ହୋଇଛି । ଗତ ୩ ବର୍ଷରେ ଲଗାତାର ଭାରତ ୮ ପ୍ରତିଶତ ଅଭିବୃଦ୍ଧି ସହ ଆମେ ଆଗକୁ ବଢୁଛୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *