୭୯ହଜାର ଏତଲାର ତଦନ୍ତ କୁଆଡ଼େ ଗଲା?

କଅଣ କରୁଛି ପୁଲିସ। ୭୯ହଜାର ଏତଲାର ତଦନ୍ତ ହୋଇନି। ଏହାକୁ ନେଇ ପଞ୍ଜାବ ପୁଲିସ ଉପରେ ବର୍ଷିଛନ୍ତି ହାଇକୋର୍ଟ। ଏ ନେଇ କି ଆକ୍ସନ ପ୍ଲାନ୍ କରିଛ କହି ଡିଜିପିଙ୍କଠୁ ୨ ସପ୍ତାହ ଭିତରେ ରିପୋର୍ଟ ଦିଅ ବୋଲି କହିଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଜଷ୍ଟିସ ସନ୍ଦୀପ ମୌଦୁଗିଲ୍। ତଦନ୍ତ କେବେ ସୁଦ୍ଧା ସରିବ। ଏ ନେଇ ସତ୍ୟପାଠାରେ ସୂଚନା ଦେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଏକ ହତ୍ୟା ଉଦ୍ୟମ ମାମଲାର ଶୁଣାଣୀ ବେଳେ ପୁରା ପଞ୍ଜାବ ପୁଲିସର ତଦନ୍ତରେ ଶୀଥିଳତାକୁ ନେଇ ଜାଣିବାକୁ ପାଇଥିଲେ ବିଚାରପତି। ଗଲା ମାସରେ ବକେୟା ଏତଲାକୁ ନେଇ ଡିଜିପି ଯେଉଁ ତଥ୍ୟ କୋର୍ଟରେ ରଖିଥିଲେ, ସେଥିରୁ ଜଣାପଡ଼ିଥିଲା, ସାମ୍ୱିଧାନିକ ସମୟ ଅବଧି ଭିତରେ ଯେଉଁ ତଦନ୍ତ ସରିବା କଥା ସରିନି। ଜିଲ୍ଲାଓ୍ୱାରୀ ତାଲିକାରୁ ଜଣାପଡ଼ିଛି ଯେ, ୧୦ହଜାରରୁ ଅଧିକ ଏତଲାରେ ଆଜିଯାଏ ତଦନ୍ତ ହିଁ ହୋଇନି। ଯେତେବେଳେ କି ନିୟମ ଅଛି, ଏତଲାର ୯୦ ଦିନ ଭିତରେ ତଦନ୍ତକାରୀ ଅଧିକାରୀ ଫାଇନାଲ ରିପୋର୍ଟ ବା ଚାର୍ଜସିଟ୍ ଦାଖଲ କରିବା କଥା। ଆଉ ପୁରା ରାଜ୍ୟର ରେକର୍ଡ କହୁଛି ଯେ, ୭୯ହଜାର ଏତଲା ସମାନ ପରିସ୍ଥିତିରେ ରହିଛି। ଏହାର ପରବର୍ତ୍ତୀ ଶୁଣାଣୀ ଜାନୁଆରୀ ୩୦କୁ ଧାର୍ଯ୍ୟ କରିଛନ୍ତି ବିଚାରପତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *