ରାମଙ୍କ ନଗରୀରେ ଆଜି ମହା ଆଡମ୍ୱର। ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି ହଜାର ହଜାର ଭକ୍ତ। ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ପରିବେଶ । ରାମ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବର୍ଷ ପାଳନ ଅବସରରେ ମନ୍ଦିର ସହ ସଜେଇ ହୋଇଛି ପୁରା ଅଯୋଦ୍ଧା ସହର । ଏହି ପବିତ୍ର ଅବସରରର ଅଂଶ ହେବା ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ପ୍ରାଣ ପ୍ରତିଷ୍ଠା ଦିନର ଭବ୍ୟତା ଆଜି ମଧ୍ୟ ଦେଖିବାକୁ ମିଳିଛି। ଶ୍ରୀରାମଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସି ପହଞ୍ଚିଛନ୍ତି ଶ୍ରଦ୍ଧାଳୁ । ରାମଲାଲାଙ୍କ ବାର୍ଷିକି ଉତ୍ସବ ପାଇଁ ପ୍ରବଳ ଉତ୍ସାହ ଭିତରେ ଅଦିନିଆ ଦିପାବଳୀର ଭ୍ରମ ସୃଷ୍ଟି ହୋଇଥିବା କୁହାଯାଇଛି। ଏହି ଅବସରରେ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ରାମଲାଲାଙ୍କ ମହାଅଭିଶେକ କରିଛନ୍ତି । ନିର୍ଦ୍ଧାରିତ ସମୟ ମୁତାବକ ଆରତୀ ହୋଇ ସାରିବା ପରେ ରାମଲାଲାଙ୍କ ଠାରେ ୫୬ ପ୍ରକାରର ବ୍ୟଞ୍ଜନର ଭୋଗ ଲାଗି କରାଯାଇଛି । ୨୦୨୪ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ସମୟରେ ବହୁ ଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁ ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ କଟକଣା ମଧ୍ୟରେ ହୋଇଥିଲା । କିନ୍ତୁ ଆଜି ଶ୍ରଦ୍ଧାଳୁ ଶ୍ରୀରମଚନ୍ଦ୍ରଙ୍କର ବାଲ୍ୟ ରୁପ ଦର୍ଶନର ସୌଭାଗ୍ୟ ପାଇଥିବା କହିଛନ୍ତି । ତା ଛଡା ଯେଉଁମାନେ ପ୍ରତିଷ୍ଠା ସମୟରେ ଆସି ପାରି ନଥିଲେ ସେଭଳି ୧୧୦ ଜଣ ଭିଆଇପିଙ୍କୁ ଏଥର ଆମନ୍ତ୍ରିତ କରାଯାଇଥିବା ରାମମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ପ୍ରାଣ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କରାଯାଇଥିବା ବେଳେ ଏଥର ୟୁପି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବର୍ଷ ପୁରଣ ବିଧି କରାଯାଉଛି ।
ଆଜିଠାରୁ ୧୩ ଜାନୁଆରୀ ୩ ଦିନ ଧରି ଏହି ବାର୍ଷିକ ଉତ୍ସବ ପାଳନ ହେବ। ଗତ ବର୍ଷ ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ତିଥି ଅନୁସାରେ ସେହି ଦିନ ପୌଷ ଶୁକ୍ଳ ଦ୍ୱାଦଶୀ ଥିଲା । ଆଜି ୧୧ ତାରିଖରେ ସେହି ତିଥି ଥିବାରୁ ପଞ୍ଜିକା ଅନୁସାରେ ବାର୍ଷିକ ଉତ୍ସବ ପାଳନ ହେଉଛି । ତେବେ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏହାକୁ ସମାଲୋଚନା କରିଛନ୍ତି । ମନ୍ଦିର ସ୍ଥାପନା ନୁହେଁ ପ୍ରାରମ୍ଭିକ ସମାରୋହର ବର୍ଷପୂର୍ତ୍ତି କୁହାଯାଉ । ମନ୍ଦିରର କାମ ସମ୍ପୁର୍ଣ୍ଣ ହୋଇନାହିଁ ତେଣୁ ବର୍ଷ ପୁରଣ ଉତ୍ସବ କାହିଁକି କୁହାଯିବ ।
ସୁପ୍ରିମକୋର୍ଟର ସାମ୍ୱିଧାନିକ ପୀଠର ଐତିହାସିକ ରାୟ ପରେ ଶ୍ରୀରାମ ମନ୍ଦିର ନିର୍ମାର କାମଆରମ୍ଭ ହୋଇଥିଲା ।୨୨ ଜାନୁଆରୀ ୨୦୨୪ରେ ଅଯୋଦ୍ଧାରେ ନିର୍ମିତ ନୂଆ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହୋଇତିଲା । ଏହି କାର୍ଯ୍ୟକ୍ରମ ସହ ଦୀର୍ଘ ବର୍ଷ ଧରି ବିବାଦୀୟ ଧାର୍ମିକ ସ୍ଥଳି ଭାବେ ପରିଚିତ ସ୍ଥାନରେ ଏକ ନୂଆ ଯୁଗର ଆରମ୍ଭ ହୋଇତିଲା । ଗତ ବର୍ଷକ ମଧ୍ୟରେ ଉଲ୍ଲେଖନୀୟ ଭାବେ ବଢିଛି ତୀର୍ଥଯାତ୍ରୀଙ୍କ ସଂଖ୍ୟା ।ରାମଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ ନୂଆବର୍ଷ ଦିନ ୨ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ରାମମନ୍ଦିର ଆସିଥିଲେ ।ତେବେ ମନ୍ଦିର ଏବେ ଅସମ୍ପୁର୍ଣ୍ଣ ରହିଛି । ପ୍ରଥମେ ଜୁଲାଇ ୨୦୨୫ ସୁଦ୍ଧା ନିର୍ମାଣ କାମ ସରିବ କୁହାଯାଉଥିବା ବେଳେ ଆହୁରି ୩ ମାସ ବିଳମ୍ୱ ହୋଇ ସେପ୍ଟେମ୍ୱର ହୋଇଯାଏ ପାରେ ବୋଲି ନିର୍ମାଣ କମିଟି ପ୪ରୁ ସୂଚନା ମିଳୁଛି ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now