ଶେଷ ହୋଇଛି ଏପ୍ରିଲ ମାସର ପ୍ରଥମ ସପ୍ତାହ । ଏ ମାସର ଅବଶିଷ୍ଟ ଦିନଗୁଡ଼ିକରେ ରିଲିଜ ହେବାକୁ ଯାଉଛି ଏକାଧିକ ହିନ୍ଦୀ ଚଳଚ୍ଚିତ୍ର । ଏହାରି ମଧ୍ୟରେ ରହିଛି ବେଶ୍ କେତେ ଜଣ ନାମୀ କଳାକାରଙ୍କ ସିନେମା । ହିନ୍ଦୀ ସିନେମାପ୍ରେମୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଭଲ ଖବର । ମନୋରଞ୍ଜନର ଭରପୂର ମଜା ସେମାନେ ନେଇପାରିବେ ଏସବୁ ସିନେମାରୁ ।ସନ୍ନି ଦେଓଲ ଅଭିନୀତ ‘ଜାଟ୍’ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ । ଏ ଫିଲ୍ମର କାମ ଆରମ୍ଭ ହେଲା ଦିନଠାରୁ ସିନେପ୍ରେମୀ ଅତ୍ୟନ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ମୁକ୍ତିଲାଭକୁ । ଏ ଫିଲ୍ମରେ ସନ୍ନି ପୁଣି ଥରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବେ । ଗୋପୀଚନ୍ଦ ମଲିନେନୀ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ରେଜିନା କେସେଣ୍ଡ୍ରା, ରବି କିଷନ ଓ ସ୍ୱରୂପା ଘୋଷଙ୍କ ଭଳି କଳାକାର ମଧ୍ୟ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now