୫୧ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଅର୍ଥାତ ମଙ୍ଗଳବାର ଦେଶର ୪୦ଟି ସ୍ଥାନରେ ନିଯୁକ୍ତି ମେଳା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଅତିଥି ଭାବେ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି । ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା, ସୌରାଷ୍ଟ୍ର ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ମନ୍ତ୍ରଣାଳୟରେ ନବନିଯୁକ୍ତମାନେ ସାମିଲ ହେବେ । ଚୟନ ପ୍ରାର୍ଥୀ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣର ସୁଯୋଗ ପାଇବେ ।

ନିଯୁକ୍ତି ମେଳା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଦେଶରେ ବହୁମାତ୍ରାରେ ନିବେଶ ହୋଇଛି । ରେକର୍ଡ ମାତ୍ରାରେ ରୋଜଗାର ସୃଷ୍ଟି ହୋଇଛି । ଗତ ୮ ବର୍ଷରେ ଦେଢ଼ ଲକ୍ଷ ଷ୍ଟାଟଅପ୍ ସୃଷ୍ଟି ହୋଇଛି । ସହୁ କ୍ଷେତ୍ରରେ ଯୁବପୀଢ଼ିଙ୍କୁ ରୋଜଗାର ମିଳିଛି । ଯୁବପୀଢ଼ିଙ୍କ ଦକ୍ଷତା ବିକାଶ ପାଇଁ ସ୍କିଲ୍ ଇଣ୍ଡିଆ ମିଶନ ଗୁରୁତ୍ବ ବହନ କରିଛି । ଯୁବବର୍ଗଙ୍କ ଅଭିଜ୍ଞତା ହାସଲ ପାଇଁ ସ୍ବତନ୍ତ୍ର ଯୋଜନା ଆସିବ ବୋଲି ପ୍ରଧାନମନ୍ତ୍ରୀ କହଛନ୍ତି । ୫୦୦ରୁ ଅଧିକ ଅଲ୍ଟି ନ୍ୟାସନାଲ କମ୍ପାନିରେ ପେଡ୍ ଇଣ୍ଟର୍ନସିପ୍ ସୁବିଧା ମିଳିବ, ଯେଉଁଥିରେ ଯୁବପିଢୀଙ୍କୁ ପାଞ୍ଚ ହଜାର ଟଙ୍କାର ଇଣ୍ଟର୍ନସିପ୍ ମନି ମିଳିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *