ଦେଶରେ ନୂଆ ଆଇନ ଲାଗୁ ପରେ ରୁଜୁ ହୋଲା ପ୍ରଥମ ଏଫଆଇଆର

Spread the love

ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଫଳରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୁଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି । ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR ଆଜି ସକାଳେ ଦିଲ୍ଲୀରେ ରୁଜୁ ହୋଇଛି।  ଦିଲ୍ଲୀର କମଳା ମାର୍କେଟରେ ଫୁଟ ଓଭରବ୍ରିଜ ଅବରୋଧ କରିଥିବା ଅଭିଯୋଗରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ନିଜେ ଥାନାର ସବ ଇନ୍ସପେକ୍ଟର । ପେଟ୍ରୋଲିଂ ବେଳେ ଉଠାଦୋକାନୀଙ୍କ ଦୋକାନ ଯୋଗୁଁ ଫୁଟ ଓଭରବ୍ରିଜ ଅବରୋଧ ହୋଇଥିବା ସବ ଇନ୍ସପେକ୍ଟର ଦେଖିବାକୁ ପାଇଥିଲେ । ନୂଆ ନିୟମ ଅନୁସାରେ ଦେଶରୁ ହଟିବ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ଏବଂ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’,। ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’।

Leave a Reply

Your email address will not be published. Required fields are marked *