ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ

ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ । ରୁଷିଆର ଭିକଟ୍ରି ଡେ ପରେଡ୍ ଯୋଗଦେଇଥାନ୍ତେ । ମେ ୯ ତାରିଖରେ ମସ୍କୋଠାରେ ହେବାକୁ ଥିବା ଭିକଟ୍ରି ଡେ’ ପରେଡରେ ଆଉ ଯୋଗ ଦେବେନି ମୋଦି । ଏହି ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେସ୍ ସଚିବ ଦିମିତ୍ରି ପେସ୍କୋବ୍ । ଯଦିଓ ଏହି ଗସ୍ତ ରଦ୍ଦ ହେବାର କାରଣ କହିନାହାନ୍ତି । କୁହାଯାଉଛି , ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ ଏ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *