ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶ ସମ୍ଭଲ

ମସଜିଦ ସର୍ଭେକୁ ନେଇ ହିଂସା । ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୨୦ରୁ ଅଧିକ ଆହାତ ହୋଇସାରିଲେଣି । ସେପଟେ ସର୍ଭେକୁ ବିରୋଧ କରୁଥିବା ସମୟରେ  ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। । ଏହାରି ଭିତରେ ଭାଜପା ପକ୍ଷରୁ ସର୍ଭେକୁ ନିନ୍ଦା କରାଯାଇଥିବାବେଳେ  ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଦାୟୀ କରିଛନ୍ତି।

ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶ ସମ୍ଭଲ । ଜାମା ସମଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି । ସର୍ବେକୁ ବିରୋଧ କରି ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା  ଆଜି ମଧ୍ୟ ଜାରି ରହିଛି । ସୂଚନାନୁଯାୟୀ,

ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ସମ୍ଭଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।ପୂର୍ବରୁ ମୋଗଲ ସମ୍ରାଟ ବାବର ଉକ୍ତ ଅଞ୍ଚଳରେ ଥିବା ହରିହର ମନ୍ଦିରକୁ ଭାଙ୍ଗି ସେଠାରେ ମସ୍ଜିଦ ନିର୍ମାଣ କରାଇଥିଲେ ବୋଲି ସେ ଏଥିରେ ଉଲ୍ଲେଖ କରିବା ସହ ସର୍ଭେ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ। ମସଜିଦ ସର୍ଭେ ପାଇଁ ଜିଲା କୋର୍ଟ ନିର୍ଦ୍ଦେଶ ଦେବା ସହ ନଭେମ୍ବର ୨୯ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ରବିବାର ସକାଳ ୭ଟାରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ କରାଯିବା ପରେ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିବାବେଳେ ପୋଲିସ ସହ ସଂଘର୍ଷ ହୋଇଥିଲା। ଏକ ନିର୍ଦ୍ଧିଷ୍ଠ ସମ୍ପ୍ରଦାୟର ଲୋକେ ଟେକାମାଡ଼ କରିବାରୁ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।  ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଯୁବକ ନଉମାନ, ବିଲାଲ, ନଇମ ଓ ମହମ୍ମଦ କୈଫଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ପୋଲିସ ଏହାକୁ ଖଣ୍ଡନ କରିଛି। ପୋଲିସ ଏପରି କୌଣସି ଅସ୍ତ୍ର ବ୍ୟବହାର କରିନାହିଁ, ଯହିଁରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସମ୍ଭଲ ଏସ୍ପି କୃଷ୍ଣକୁମାର ବିଷ୍ଣୋଇ କହିଛନ୍ତି। ଏଥିସହ ଏହି ହିଂସାକାଣ୍ଡ ପାଇଁ ସମ୍ଭଲ ସାଂସଦ ତଥା ସମାଜବାଦୀ ପାର୍ଟି ନେତା ଜିଆଉର ରହମାନ ବରକ ଏବଂ ସ୍ଥାନୀୟ ବିଧାୟକ ଇକବାଲ ମେହମୁଦଙ୍କ ପୁଅ ସୋହେଲ ଇକବାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

। ସେପଟେ ଉତ୍ତେଜନା ଲାଗିରହିଥିବାରୁ ସମ୍ଭଲ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ସହ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି।

ସର୍ଭେକୁ ବିରୋଧ ଏବଂ ଟେକାମାଡ଼ ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ଜାରି ରହିଛି । ଭାଜପା ପକ୍ଷରୁ ସର୍ଭେକୁ ନିନ୍ଦା କରାଯାଇଛି। ଆଇନଶୃଙ୍ଖଳା ଭଙ୍ଗ କରୁଥିବା ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାସକ ଦଳ କହିଛି। ଅନ୍ୟପକ୍ଷରେ ସମ୍ଭାଲ ହିଂସା ପାଇଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଦାୟୀ କରିଛନ୍ତି। ନିର୍ବାଚନରେ ହୋଇଥିବା ଜାଲିଆତିରୁ ଦୃଷ୍ଟି ହଟାଇବା ପାଇଁ ଶାସକ ଦଳ, ସରକାର ଏବଂ ପ୍ରଶାସନ ହିଂସାକାଣ୍ଡର ଯୋଜନା କରିଥିଲେ ବୋଲି ପ୍ରକାଶ କରିଛନ୍ତି।

ତେବେ ୧୯୭୬ରେ ଭିନ୍ନ ସମ୍ପ୍ରଦାୟର ଜଣେ ବ୍ୟକ୍ତି ମସ୍ଜିଦର ଇମାମଙ୍କୁ ହତ୍ୟା କରିଥିଲେ, ଯାହାକୁ ନେଇ ହିଂସାକାଣ୍ଡ ବ୍ୟାପିବା ସହ ମାସେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା। ଉକ୍ତ ଅଞ୍ଚଳ ସାମ୍ପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *