ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ :  ଜଣେ ପୋଲିସ କନେଷ୍ଟବଳ ସହିଦ,୨ ଜଣ ଆହତ

ଜମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର । କଠୁଆ ମଣ୍ଡଲି ଅଞ୍ଚଳରେ ଚାଲିଛି ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ପୋଲିସ କନେଷ୍ଟବଳ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ହେଡ୍ କନେଷ୍ଟବଳ ବସିର ଅହମ୍ମଦ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସର ଜଣେ ASI ଓ ଜଣେ ଡେପୁଟୀ SP ଆହତ ହୋଇଛନ୍ତି । ଏନକାଉଣ୍ଟର ଜାରି ରହିଛି। ଗତକାଲି ସଂଧ୍ୟାରୁ ଚାଲିଛି ଗନ୍ ଫାଇଟ । ଏହି ଅଞ୍ଚଳରେ ୩-୪ ଜଣ ଜୈଶ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁସାରେ ଗତକାଲି ସକାଳୁ ସକାଳୁ ଜମ୍ମୁ କଶ୍ମୀରର କୁଲଗାମରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏନକାଉଣ୍ଟରରେ ୩ ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *