ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲି ସମୟରେ ଗୁଳିମାଡ଼ ହୋଇଛି। ଟ୍ରମ୍ପଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏଥିରେ ରାଲିରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଜଣେ ବନ୍ଧୁକଧାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆମେରିକାର ପେନସିଲଭାନିଆର ବଟଲର ଠାରେ ରାଲି ଚାଲିଥିବା ବେଳେ ହଠାତ୍ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏଥିରେ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଖୋଲାଖୋଲି ଭାବେ କହିଛନ୍ତି ଆମେରିକୀୟ ସମାଜରେ ହିଂସାର ସ୍ଥାନ ନାହିଁ। ନିବାର ଦିନ ପେନସିଲଭାନିଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ରାଲିରେ ଗୁଳି ମାଡ଼ ପରେ ସୁରକ୍ଷା ବୃଦ୍ଧି କରାଯାଇଛି। ଚାରିଆଡେ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଓବାମା କହିଛନ୍ତି ମୁଁ ଟ୍ରମ୍ପଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ଆମେରିକାର ଗଣତନ୍ତ୍ରରେ ରାଜନୈତିକ ହିଂସା ପାଇଁ କୌଣସି ସ୍ଥାନ ନାହିଁ ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *