ଭୂସ୍ଖଳନ ପ୍ରବଣ ୱାୟନାଡ଼ରେ ନୂଆବର୍ଷ କାର୍ଯ୍ୟକ୍ରମ ବନ୍ଦ!

ଏଥର ହେବନି ସନବର୍ଣ୍ଣ ସଙ୍ଗୀତ ସମାରୋହ । କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଲେ କେରଳ ହାଇକୋର୍ଟ । ଭୂସ୍ଖଳନ ପ୍ରଭାବିତ କ୍ଷେତ୍ର ହୋଇଥିବାରୁ କୌଣସି ଆୟୋଜନକୁ ବାରଣ କରାଯାଇଛି । ଅବୈଧ ନିର୍ମାଣ ଓ ସୁରକ୍ଷା ଦୃଷ୍ଟିରୁ ୱାୟନାଡ଼ର ନୂଆବର୍ଷ ଉତ୍ସବ ସ୍ଥଗିତ ରହିଛି । ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ଏହି ଆୟୋଜନ କରାଯାଇଥାଏ । ବିଗତ ଦିନରେ ଭୂସ୍ଖଳନ ଯୋଗୁ ଅଞ୍ଚଳରେ ବ୍ୟାପକ ଧନଜୀବନ ହାନୀ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ହାଇକୋର୍ଟଙ୍କ ରାୟ ପୂର୍ବରୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ । ତା ଛଡ଼ା ସ୍ଥାନୀୟ ଅଞ୍ଚଳବାସୀ ୱାୟନାଡ଼ର ମେପ୍ପୋଡିରେ ହୋଇଥିବା ଅବୈଧ ନିର୍ମାଣ ବିରୋଧରେ ମାମଲା ରୁଜୁ କରିଛନ୍ତି । ଯେଉଁମାନେ ଏ ନିର୍ମାଣ ପଛରେ ଅଛନ୍ତି ସେହିମାନେ ହିଁ ଏହାର ଆୟୋଜନ ପଚରେ ଥିଲେ । ତେବେ ନ୍ୟାୟାଳୟ ଅନ୍ତରୀଣ ଆଦେଶ ଜାରି କରିବା ସହ ଜିଲ୍ଲା କଲେକ୍ଟର,ପୋଲିସ ଓ ପଞ୍ଚାୟତକୁ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *