ତୃତୀୟ ଥର ମହାକାଶକୁ ଉଡ଼ାଣ ଭରିଲେ ସୁନୀତା ୱିଲିୟମ୍ସ….

Spread the love

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ। ତୃତୀୟ ଥର ପାଇଁ ମହାକାଶକୁ ଉଡ଼ାଣ ଭରିଲେ ସୁନୀତା ୱିଲିୟମ୍ସ । ଫ୍ଲୋରିଡାର କାନଭେରାଲ ସ୍ପେସ ଫୋର୍ସ ଷ୍ଟେସନରୁ ମହାକାଶଚାରୀ ବଚ ୱିଲମୋରଙ୍କ ସହ ମିଶି ଉଡାଣ ଭରିଛନ୍ତି ସୁନୀତା । ଯାନ୍ତ୍ରିକ ତ୍ରୁଟି ଯୋଗୁ ପୂର୍ବରୁ ଦୁଇଥର ଏହି ମିଶନ ସ୍ଥଗିତ ରହିଥିଲା । ତେବେ ଆଜି ଏହି ମିଶନ ସଫଳତାର ସହ ପୂରଣ ହୋଇଛି ।

ସୁନୀତା ୱିଲିୟମ୍ସଙ୍କର ମହାକାଶ ଅଭିମୁଖେ ଏହା ତୃତୀୟ ଉଡାଣ। ଏହା ପୂର୍ବରୁ ସୁନୀତା ୨୦୦୬ ମସିହାରେ ‘ଡିସକଭରି’ ମହାକାଶ ଅଭିଯାନରେ ମହାକାଶ ଯାତ୍ରା କରିଥିଲେ । ସେହିପରି ୨୦୧୨ ମସିହାରେ କାଜାଖାସ୍ଥାନରୁ ସୋୟୁଜ୍- ୦୫ ଏମ ରକେଟ ଜରିଆରେ ମହାକାଶ ଅଭିମୁଖେ ଯାଇଥିଲେ ସୁନୀତା ।

Leave a Reply

Your email address will not be published. Required fields are marked *