ପହଁରି ପହଁରି ରେକର୍ଡ, ଅତିକ୍ରମ କଲେ ୧୫୦ କିମି ଯାତ୍ରା

ପହଁରି ପହଁରି ରେକର୍ଡ କଲେ ୫୨ ବର୍ଷିୟ ମହିଳା । ପହଁରି ପହଁରି ଦୀର୍ଘ ୧୫୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି ଶ୍ୟାମଲା ଗୋଲି । ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ୫୨ ବର୍ଷୀୟା ମହିଳା ଶ୍ୟାମଲା ଗୋଲି ଜାନୁଆରୀ ୪ ତାରିଖରେ ଇତିହାସ ରଚିଛନ୍ତି। ତାଙ୍କର ଅଦ୍ଭୁତ କଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶ୍ୟାମଲା ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ସମୁଦ୍ରରେ ୧୫୦ କିଲୋମିଟର ପହଁରି ସୂର୍ଯ୍ୟରାଓପେଟା ଉପକୂଳରେ ପହଞ୍ଚିଥିଲେ।

ଏହି ଯାତ୍ରା ପ୍ରାୟ ପାଞ୍ଚ ଦିନ ଧରି ଚାଲିଥିଲା, ଯେଉଁଥିରେ ଶ୍ୟାମଲା ଗୋଲି ପ୍ରତିଦିନ ପ୍ରାୟ ୩୦ କିଲୋମିଟର ପହଁରି ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ୧୫୦ କିଲୋମିଟର ସମୁଦ୍ର ଯାତ୍ରା ଶେଷ କରିଥିଲେ। ତାଙ୍କର ଏହି ସଫଳତା କେବଳ ବ୍ୟକ୍ତିଗତ ସଫଳତା ନୁହେଁ ବରଂ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ସମସ୍ତ ବୟସର ଲୋକଙ୍କ ପାଇଁ ପ୍ରେରଣା ସାଜିଛି । ଶ୍ୟାମଲାଙ୍କ ଏହି ସଫଳତା ପାଇଁ ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ତାଙ୍କୁ ପ୍ରଶଂସା କରିଛନ୍ତି । ସେ ଏହି ଯାତ୍ରା କରି ତାଙ୍କର ଶାରୀରିକ କ୍ଷମତାକୁ ପ୍ରକାଶ କରିଛନ୍ତି ତା ନୁହେଁ ବରଂ ମାନସିକ ଦୃଢ଼ତାର ମଧ୍ୟ ପ୍ରମାଣ ଦେଇଛନ୍ତି । ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ତାଙ୍କୁ ବିଭିନ୍ନ ମଞ୍ଚ ତରଫରୁ ସମ୍ମାନିତ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *