ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇଛି । ଏହି ଭୁସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଦୁଃଖଦ ଘଟଣା ଯେ ମୃତକଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ତିରୁଭନ୍ନାଇମାଲା ଅଞ୍ଚଳର ଭିଓସି ନଗରରେ ୭ ଜଣ ଭୁସ୍ଖଳନରେ ମୃତ୍ୟୁ ବରଣ କରିଛନ୍ତି । ତେବେ ସମସ୍ତେ ଗୋଟିଏ ପରିବାରର ରହିଛନ୍ତି ।
ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ ବାତ୍ୟା ଫେଙ୍ଗଲ ପ୍ରଭାବରେ ବର୍ଷା ଲାଗିରହିଛି । ଅତ୍ୟଧିକ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇଥିଲା । ପାହାଡିଆ ଅଞ୍ଚଳରୁ ମାଟି ଅତଡା ପଥର ଖଣ୍ଡ ଖସିବା ଫଳରେ ପାହାଡ ପାଦଦେଶରେ ଥିବା ଭ ପୁରା କ୍ଷତିଗ୍ରସ୍ତ ହୋଇଛି । ଏବଂ ଘରେ ଥିବା ୭ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରସାଶନ ପକ୍ଷରୁ ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now