ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଜାମୁ କାଶ୍ମୀର ରାଜୋରୀରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଆଜି ଭୋରୁ ରାଜୋରୀରେ ଥିବା ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀ ଅତର୍କିତ ଗୁଳିମାଡ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିମାଡ ପରେ ସେନା ପକ୍ଷରୁ ପାଲଟା ଯବାବ ଦିଆଯାଇଛି। ରାଜୋରୀର ଗୋନ୍ଧା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ଜାରି ରହିଛି। ଆତଙ୍କବାଦୀମାନେ ଯେପରି ଖସିନଯିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ତେବେ ଗତ କିଛି ମାସ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ପାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *