ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

Spread the love

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ସବୁଠି ପାଣି ଆଉ ପାଣି। ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି । ଦୀର୍ଘ ୮ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ବର୍ଷା। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜିଠୁ ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଇଏମଡି । ଅଧିକ ବର୍ଷା ହେଲେ ସ୍ଥିତି ଆହୁରି ଭୟଙ୍କର ହେବ। ୮୮ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା। ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ୨ ପିଲା ଭାସିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି ।

ସେପଟେ ଦିଲ୍ଲୀ ଏନସିଆରଠାରୁ ଆରମ୍ଭ କରି ନୋଏଡା ସେକ୍ଟର-୬୨, ମିଣ୍ଟୋ ରୋଡ୍, ମୋଲଚାନ୍ଦ ଆଦି ଅଞ୍ଚଳରେ ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଚାଲିଛି। ଅନେକ ରାସ୍ତାରେ ଗାଡ଼ିମୋଟର ଫସି ରହିଛନ୍ତି । ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ସମୟ ବଢ଼ିବା ସହ ବିଗିଡ଼ିବାରେ ଲାଗିଛି ବିଭିନ୍ନ ଅଞ୍ଚଳରେ ସ୍ଥିତି।

Leave a Reply

Your email address will not be published. Required fields are marked *